Odisha Link
Bridging the Missing Links in Odisha

ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା : ମିଳିଲା ଆଉ ଜଣଙ୍କ ମୃତଦେହ

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଫଳରେ ନିଖୋଜ ଘଟଣାରେ ଚତୁର୍ଥ ଦିନରେ ୩ ନିଖୋଜ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରୋଡ ଗ୍ରାମର ରମେଶ ସାହୁ। ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଆ ବାଲିଘାଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୋଟ୍ ୪ଜଣ ନିଖୋଜ ହୋଇଥିବାବେଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେବି ଆଉ ୨ ଜଣ ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖ ଶନିବାର ରାତି ୯ଟା ସମୟରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ୍ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଆସୁଥିବା ବେଳେ ଅଧା ନଦୀରେ ଡଙ୍ଗାବୁଡିଯାଥିଲା। ନାଉରିଙ୍କ ସମେତ ୫ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିଲ୍। ମାତ୍ର ୪ ଜଣ ନିଖୋଜ ହୋଇଯାଇଥିଲେ।
ଗତକାଲି ଡଙ୍ଗା ବୁଡିଥିବା ସ୍ଥାନଠାରୁ ୫କି.ମି. ତଳକୁ ଉପର ଗେଙ୍ଗୁଟିଆ ଘାଟରୁ ବିଶ୍ବଜିତ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଆଜି ରମେଶ ସାହଙ୍କ ମୃତଦେହ ମିଳିଛି । ନିଖୋଜଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ରୋଡ ଗ୍ରାମର ଶୁସାନ୍ତ ସାହୁ ଓ ବିଜୟ ନାୟକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାକ କରିବାକୁ ଉଦ୍ୟମ କାର୍ଯ୍ୟ ଜାରି ରହିଛି ।

Comments are closed.