Odisha Link
Bridging the Missing Links in Odisha

ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍

ଭୁବନେଶ୍ବର: ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନେଇ ଏହି ଟିମ୍ ଗୁଡ଼ିକ ସ୍କୁଲ ପରିଦର୍ଶନ କରିବେ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟିମ୍ ଗଠନ କରିଛନ୍ତି। ଆଜିଠାରୁ ଏହି ଟିମ୍ ତଦାରଖ କରିବେ। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରଥମେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ଯାଞ୍ଚ କରାଯିବ। ଏହା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କୁଲକୁ ତଦାରଖ କରାଯିବ। ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ଯାଞ୍ଚ ହେବାକୁ ଥିବା ବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ତଦାରଖ କରାଯିବ ।

Comments are closed.