ଏମ୍ଡିଏଚ୍ର ସମ୍ବର ମସଲାକୁ ଆମେରିକାର ନା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରେ ପ୍ରସିଦ୍ଧି ଲାଭ କରିଛି ଏମ୍ଡିଏଚ୍ ମସଲା। ଏଥିସହିତ ବିଶ୍ବ ଦରବାରରେ ନିଜର ପରଚିୟ ସୃଷ୍ଟି କରିପାରିଛି ଏମ୍ଡିଏଚ୍ ମସଲା। ହେଲେ ଏମ୍ଡିଏଚ୍ର ସମ୍ବର ମସଲାକୁ ଆମେରକାର ନା।ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନ୍ଷ୍ଟ୍ରେସନ୍ ଏମ୍ଡିଏଚ୍ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି। ଲଗାତାର ୩ଟି ବ୍ୟାଚ୍ର ଏମ୍ଡିଏଚ୍ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।
ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ। ସାଲମୋନେଲା ଇନ୍ଫେକ୍ସନ୍କୁ ସାଲମୋନେଲୋସିସ୍ କୁହାଯାଏ। ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ। ଏହି କାରଣରୁ ହଇଜା ଏବଂ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ସାଲମୋନେଲା କାରଣୁରୁ ବର୍ଷକୁ ୧.୨ ମିଲିଅନ୍ ଲୋକ ଅସୁସ୍ଥ ହୁଅନ୍ତି, ୨୩,୦୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ଏବଂ ୪୫୦ ଜଣଙ୍କର ମୃତ୍ୟୁ ହୁଏ।ମିଲିଥିବା ସୂଚନା ଅନୁଯାୟୀ, ଏଫ୍ଡିଏ ପକ୍ଷରୁ କୁହାଯାଇଛି ଗ୍ରାହକମାନେ ଯେଉଁ ସ୍ଥାନରୁ ଏହି ମସଲା କିଣିଛନ୍ତି ତାହା ଫେରାଇଦେଇ ପାରିବେ। ଏହାବଦଳରେ ପୂରା ଅର୍ଥ ଫେରିପାଇବେ।