Odisha Link
Bridging the Missing Links in Odisha

ଟଏଲେଟରେ ପିଲା, ସ୍କୁଲରେ ତାଲା!

ବାଲେଶ୍ୱର: ସ୍କୁଲରେ ଥିବା ଟଏଲଟରେ ପିଲା ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ତାଲା ପକାଇ ପଳାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଥମ ଶ୍ରେଣୀ ଛାତ୍ରକୁ ସ୍କୁଲରେ ତାଲା ପକାଇ ସ୍କୁଲ କର୍ତ୍ତୃପକ୍ଷ ଛୁ ମାରିଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ହୋଇ ରହିବା ପରେ କୁନି ଛାତ୍ର ଜଣକ ମୁକୁଳିଥିଲେ। ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ସ୍କୁଲ ଛୁଟିର ଅଳ୍ପ ସମୟ ପୂର୍ବରୁ ଛାତ୍ର ଜଣକ ପାଇଖାନା ଯାଇଥିଲା। ଛାତ୍ର ଜଣକ ପାଇଖାନାରେ ଥିବାବେଳେ ସ୍କୁଲ ଛୁଟି ହୋଇଯାଇଥିଲା। କ୍ଲାସରୁମରେ ବ୍ୟାଗ ଥିଲେ ବି ପିଅନ ନଦେଖି ତାଲା ପକାଇ ଦେଇଥିଲେ। ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇ ଯାଇଥିଲେ। ତେବେ ପାଇଖାନରୁ ଫେରି ଗେଟରେ ତାଲା ପଡ଼ିଥିବା ଦେଖି ପିଲାଟି କାନ୍ଦିଥିଲା। କାନ୍ଦ ଶୁଣି ଗାଁ ଲୋକେ ଆସି ପିଅନକୁ ଡାକିବା ପରେ ତାଲା ଖୋଲିଥିଲା।

Comments are closed.