Odisha Link
Bridging the Missing Links in Odisha

କଶ୍ମୀର ପ୍ରସଙ୍ଗ: ସତ ମାନିଲା ପାକିସ୍ତାନ, ନେତା କହିଲେ ଏପରି କଥା

ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ନିଜର ପରାଜୟ ସ୍ବୀକାର କରିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ସେଥିରେ କୌଣସି ବି ଅନ୍ତର୍ଜାତୀୟ ରାଷ୍ଟ୍ର ଏକମତ ହୋଇପାରି ନାହାନ୍ତି। ବିଶ୍ୱ ଦରବାରେ ଏଥିପାଇଁ ପାକିସ୍ତାନର ଭାବମୂର୍ତ୍ତି ଖରାପ ହୋଇଛି। ଏହା ପଛରେ ଇମ୍ରାନ୍‌ ଖାନ୍‌ ଓ ବିଭିନ୍ନ ସମୟରେ ଶାସନ ଗାଦିରେ ଥିବା ବ୍ୟକ୍ତିବିଶେଷ ଦାୟୀ। ଅନ୍ତର୍ଜାତୀୟ ସମୂହ ଆମକୁ ବିଶ୍ୱାସକୁ ନେଇ ନାହାନ୍ତି। ଆମେ କହିଲୁ ଭାରତ କର୍ଫ୍ୟୁ ଜାରି କରି କଶ୍ମୀର ଲୋକଙ୍କୁ ମେଡିସିନ୍‌ ଦେଉନାହାନ୍ତି। ଏହା ସତ୍ତ୍ୱେ ସେମାନେ ଆମକୁ ବିଶ୍ୱାସ ନ କରି ଭାରତକୁ ଅଧିକ ବିଶ୍ୱାସ କଲେ। ଦେଶକୁ ଶାସନ କରୁଥିବା ଲୋକମାନେ ପାକିସ୍ତାନକୁ ଧ୍ୱଂସ କରିଦେଇଛନ୍ତି।

ଏବେ ଲୋକେ ଭାବୁଛନ୍ତି ଆମ ଦେଶ ଆଦୌ ସିରିୟସ ନୁହେଁ। ଆମେ ପାକିସ୍ତାନର ଭାବମୂର୍ତ୍ତି ଖରାପ ହେବା ପଛରେ ଇମ୍ରାନ୍‌ ଖାନଙ୍କୁ ଦାୟୀ କରିପାରିବା ନାହିଁ। ପାକିସ୍ତାନକୁ ବିଶ୍ୱ ଦରବାରରେ ଲୋକହସା କରିବା ପଛରେ ପରଭେଜ ମୁଶାରଫ, ଭେନଞ୍ଜାରୀ ଭୁଟ୍ଟୋ ଓ ଅନ୍ୟ ଶାସକ ମାନଙ୍କର ମଧ୍ୟ ଭୂମିକା ରହିଛି। ଏବେ ପାକିସ୍ତାନ କଥା କେହି ବି ଗୁରୁତ୍ୱର ସହ ନେଉନାହାନ୍ତି।”

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ସରକାର ଭାରତ ବିରୋଧରେ ଗୋଟି ଚାଳନା କରିଛନ୍ତି। ଏପରି କି ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି। ହେଲେ କୌଣସି ଗୋଟିଏ ହେଲେ ବି ରାଷ୍ଟ୍ର ଖୋଲାଖୋଲି ଭାବେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିନାହାନ୍ତି।

Comments are closed.