Odisha Link
Bridging the Missing Links in Odisha

ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନେହୁଳିଆ ଗ୍ରାମରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚଉଡ଼ା ରାସ୍ତା ନ ଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀଙ୍କୁ ଏକ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚକିତ୍ସାଳାୟ ନିଆଯାଉଥିଲା ହେଲେ ବାଟରେ ହିଁ ତାଙ୍କର ପ୍ରସବ ହୋଇଥିଲା। ଏହାପରେ ତାଙ୍କୁ ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରସବ ପରେ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥଥିବା ଜଣା ପଡ଼ିଛି।

Comments are closed.