Odisha Link
Bridging the Missing Links in Odisha

କାଳିଆ ଯୋଜନାରେ ସରକାରୀ କର୍ମଚାରୀ

ଭୁବନେଶ୍ୱର: କାଳିଆ ଯୋଜନା ସର୍ବଦା ଚର୍ଚ୍ଚାରେ। ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ପରେବି। କାଳିଆ ଟଙ୍କାକୁ କିଭଳି ଭାବେ ଅଯୋଗ୍ୟ ହିତାଧିକାରୀ ହଡ଼ପ କରିଛନ୍ତି ତାହାର ବିସ୍ତୃତ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀଙ୍କ ସୂଚନା ମୁତାବକ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି। ସେହିପରି ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାମରେ କାଳିଆ ଟଙ୍କା ବ୍ୟାଙ୍କ ଖାତାକୁ ଯାଇଛି। ୧୨ ହଜାର ବଡ ଚାଷୀ କାଳିଆ ଟଙ୍କା ପାଇଥିବାବେଳେ ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ଟଙ୍କା ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ବଡ କଥା ହେଲା ସରକାରୀ କର୍ମଚାରୀ ବି କାଳିଆ ଟଙ୍କା ଚଳୁ କରିବାରୁ ବାଦ ପଡ଼ିନାହାନ୍ତି। ପାଖାପାଖି ୨୦ ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ ମଧ୍ୟ କାଳିଆ ଟଙ୍କା ନେଇଛନ୍ତି। ତେବେ ଏହି ଟଙ୍କା ଫେରାଇବାକୁ କୃଷି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏଠାରେ ସୂଚନା ଥାଉ କି କାଳିଆ ଟଙ୍କାକୁ କେତେଜଣ ଅଯୋଗ୍ୟ ହିତାଧିକାରୀ ନେଇଛନ୍ତି ତାହାକୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁମାନେ ଚାହିଁବେ ସେମାନେ ଟଙ୍କା ସରକାରଙ୍କୁ ଫେରାଇପାରିବେ ବୋଲି ସରକାର କହିଥିଲେ।

Comments are closed.