Odisha Link
Bridging the Missing Links in Odisha

ଜନ୍ମଦିନରେ ମା’ଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ମୋଦି

ନୂଆଦିଲ୍ଲୀ: ୬୯ ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଙ୍କୁ ସାକ୍ଷାତ କରିଛନ୍ତି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।

ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Comments are closed.