Odisha Link
Bridging the Missing Links in Odisha

ମାଲାୟାଲମ ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣିଲେ ;ଶକ୍ତିମାନ

ମୁମ୍ବାଇ: ମାଲାୟାଲମ ସିନେମା ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍‌ କମିଂସିନେମା ‘ଧମାକା’ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ମାଲାୟାଲର ଅଭିନେତା  ଶକ୍ତିମାନ ପୋଷାକରେ ଥିବା ଦେଖିବାକୁ ମିଳିଥିଲା ।ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁକେଶ ଖାନ୍ନା କ୍ରୋଧିତ ହୋଇପଡ଼ିଥିଲେ ଓ ତାଙ୍କର ଓମାର ଲୁଲୁଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ମୁକେଶ ସିନେମାର ଏମ୍ପ୍ଲଇଜ୍‌ ଫେଡେରେଶନ ଅଫ କେରଳରେ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସିନେମାରେ ଶକ୍ତିମାନର ଚରିତ୍ରକୁ ବନ୍ଦ କରାଯାଉ ନହେଲେ, ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ମୁକେଶ କହିଛନ୍ତି ତାଙ୍କ ବିନା ଅନୁମତିରେ ନିଜ ସିନେମାରେ ଶକ୍ତିମାନ ଚରିତ୍ରକୁ ବ୍ୟବହାର କରିପାରିବେ ନାହିଁ ।ଏନେଇ ଓମାର ଲୁଲୁ ଇନ୍‌ଷ୍ଟାଗ୍ରାମରେ ମୁକେଶ ଖାନ୍ନାଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ସିନେମାରେ ଟାଇଟଲ କେଡ୍ରିଟରେ ତାଙ୍କୁ ହିଁ କ୍ରେଡିଟ ଦିଆଯିବ। ଶକ୍ତିମାନ ଚରିତ୍ରଟି କେବଳ ୧୦ ସେକେଣ୍ଡର ସିକ୍ୟୁଏନ୍ସ । ନିର୍ଦ୍ଦେଶକ ସ୍ପଷ୍ଟ କରିହିଛନ୍ତି ଉକ୍ତ ଚରିତ୍ରରେ ଶକ୍ତିମାନର ଅଭିନୟକୁ କଳ୍ପନା କରି ଏଥିରେ ତାଙ୍କୁ ସୁପରହିରୋ ଭାବେ ଦର୍ଶାଯାଇଛି ।

Comments are closed.