ନିଜ ଟି-ସାର୍ଟରେ ହିରୋଇନଙ୍କ ନାମ ଲେଖି ଚର୍ଚ୍ଚାରେ ବିରାଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣିଥରେ ଚର୍ଚ୍ଚାରେ। ଏଥର ଏକ ହିରୋଇନଙ୍କ ନାମକୁ ନେଇ ଚର୍ଚ୍ଚାରେ ବିରାଟ। ବିରାଟଙ୍କ ଟି ସାର୍ଟକୁ ନେଇବି ଚର୍ଚ୍ଚା। ବିରାଟ ନଦୀ କୂଳରେ ଧଳା ଟି-ସାର୍ଟ ପିନ୍ଧି ବସିଥିଲା ବେଳେ ଛାତିରେ ‘ଏ’ ଏବଂ ତା’ ଉପରେ ହୃଦୟ ଚିହ୍ନ ଥିବା ଦେଖିବାକୁ ମିଳୁଛି। ଯାହା ପତ୍ନୀ ଅନୁଷ୍କାଙ୍କ ପ୍ରତି କୋହଲିଙ୍କ ଭଲ ପାଇବାକୁ ଦର୍ଶାଉଛି। ଇନ୍ଷ୍ଟାଗ୍ରାମରେ କୋହଲି ପ୍ରକାଶ କରିଥିବା ଏହି ଫଟୋ ତଳେ ବିଶେଷ କିଛି ଲେଖି ନାହାନ୍ତି।
ହେଲେ ଫଟୋଟିକୁ କିଏ ଉଠାଇଛନ୍ତି, ସେକଥା ଜଣାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ କାମ କଲାବେଳେ ଧରାପଡ଼ିଗଲି, ଫଟୋ ଉଠାଇଛନ୍ତି ଅନୁଷ୍କା ଶର୍ମା। ବିରାଟ ପ୍ରକାଶ କରିଥିବା ଏହି ଫଟୋକୁ ଅନୁଷ୍କା ବି ବହୁତ ପସନ୍ଦ କରିଛନ୍ତି। ଫଟୋଟିକୁ ପୁନଃ ପ୍ରକାଶ କରି ତା’ ତଳେ ସେ ଏକ ବଡ଼ ହୃଦୟ ଚିହ୍ନ ରଖିଛନ୍ତି।
Comments are closed.