Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଜଣେ ବିଶିଷ୍ଟ ରାଜନେତା। ନିଜର ନିରଳା ବ୍ୟକ୍ତିତ୍ୱ ଓ ନିଷ୍ଠାପର ଜନସେବା ତାଙ୍କୁ ଜଣେ ରାଷ୍ଟ୍ରନୀତିଜ୍ଞ ଆଦୃତି ପ୍ରଦାନ କରିଛି ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ଆଜି ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ରଚିତ ଏବଂ କଳିଙ୍ଗ ସମାଜ ପବ୍ଲିକେସନସ୍‌, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକକୁ ଲୋକା ର୍ପଣ କରି ବାଚସ୍ପତି ଡ. ପାତ୍ର ଏହି ମତଦେବା ସହ ନବୀନ ବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ।

ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ପ୍ରଫୁଲ ସାମଲ, ବିଧାନସଭାର ସଚିବ ଦାଶରଥୀ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ସାରସ୍ୱତ ସାଧକ ଡ.ହରିହର କାନୁନଗୋ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ପଟ୍ଟନାୟକ, ପୁସ୍ତକର ପ୍ରକାଶକ ଉମାକାନ୍ତ ମହାନ୍ତି, ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟ ଇଂ ଅଭୟ ସୁତାର, ସତ୍ୟପ୍ରକାଶ ସେଠୀ, ରାଜଲକ୍ଷ୍ମୀ ମହାପାତ୍ର, ଏସ୍‌. ସତ୍ୟଭୂଷଣ ସ୍ୱାମୀ, ଉତ୍ତମ କୁମାର ଦାସଙ୍କ ସମେତ ବହୁବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Comments are closed.