Odisha Link
Bridging the Missing Links in Odisha

ବନ୍ୟା ପାଇଁ ବଢୁଛି ପିଆଜ ଦର: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରୋଷେଇ ଘରେ ନୁହେଁ ବରଂ ଏବେ ବଜାରରେ ପିଆଜ ଲୋକଙ୍କୁ କନ୍ଦାଉଛି। ଆକାଶ ଛୁଆଁ ହୋଇଛି ପିଆଜ ଦର। ପିଆଜ ଦର ଏବେ ୫୦ ଟଙ୍କା ଛୁଇଁଛି। କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି। ପିଆଜର ଚଢ଼ା ଦର ଏବେ ସବୁ ବର୍ଗର ଗ୍ରାହକଙ୍କ ପକେଟ୍‌କୁ ବାଧୁଛି। ତେବେ ନାସିକରେ ବନ୍ୟା ପାଇଁ ବଢୁଛି ପିଆଜ ଦର। ତେବେ ପିଆଜ ଦରର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବାବେଳେ ଏବେ ୫୦ ଛୁଇଁଛି। ତେବେ ଖୋଲା ବଜାରରେ ୫୦ରୁ ଅଧିକ ଦଳରରେ ବି୍ରକି ହେଉଛି।

ତେବେ ମୁମ୍ବାଇ ଓ ପୁନେରେ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି। ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଥିବାରୁ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି। ଫଳରେ ଦର ହୁ ହୁ ହୋଇ ଦର ବଢିବାରେ ଲାଗିଛି। ଏହାସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ। ଟ୍ରାଫିକ୍ ନୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି। କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି। ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି।

Comments are closed.