Odisha Link
Bridging the Missing Links in Odisha

ଆଜି ‘ହାଓଡି ମୋଦି’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଗତକାଲି ଆମେରିକାର ଟେକ୍ସାସ ପ୍ରଦେଶର ହଷ୍ଟନ ସହରରେ ପହଞ୍ଚିଛନ୍ତି। ମୋଦିଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା। ପ୍ରଧାନମନ୍ତ୍ରୀ ରବିବାର ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ।

ଏଥିରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ସାମିଲ ହେବେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଯୋଗଦେବେ। ମୋଦି ଏବଂ ଟ୍ରମ୍ପ୍‌ ଗୋଟିଏ ମଞ୍ଚରେ ଉଦ୍‌ବୋଧନ ଦେବେ। ଏଥିସହିତ ଭାରତ-ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ବୋଲି ହଷ୍ଟନ ମେୟର ସିଲ୍‌ଭେଷ୍ଟର ଟର୍ନର କହିଛନ୍ତି। ଗତକାଲି ହଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ଉପଲକ୍ଷେ ଏକ କାର୍‌ ରୢାଲି ଅନୁଷ୍ଠିତ ହୋଇଥିଲା।

Comments are closed.