Odisha Link
Bridging the Missing Links in Odisha

ନାଁ ପୂର୍ବରୁ ‘ସ୍ୱାମୀ’ ଲେଖିପାରିବେନି ଚିନ୍ମୟାନନ୍ଦ

ପ୍ରୟାଗରାଜ: ନାଁ ପୂର୍ବରୁ ଆଉ ସ୍ବାମୀ ଲେଖିପାରିବେନି ଚିନ୍ମୟାନନ୍ଦ। ଏଭଳି ନିଷ୍ପତ୍ତି ନେଇଛି ଅଖିଳ ଭାରତୀୟ ଅକ୍ଷର ପରିଷଦ। ଶୁକ୍ରବାର ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଚିନ୍ମୟାନନ୍ଦଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ଚିନ୍ମୟାନନ୍ଦ ବିବାହ କରିନଥିଲେ। ଅନେକ ହିନ୍ଦୁ ଆଶ୍ରମ ଖୋଲିଥିଲେ। ସେଥିପାଇଁ ଚିନ୍ମୟାନନ୍ଦଙ୍କ ନାମ ଆଗରୁ ‘ସ୍ୱାମୀ’ ଲଗାଇବାକୁ ଅନୁମତି ଦେଇଥିଲା ଅଖିଳ ଭାରତୀୟ ଅକ୍ଷର ପରିଷଦ। ଏବେ ଏହି ‘ସ୍ୱାମୀ’ ବା ସାଧୁ ବୋଲି ଯେଉଁ ମର୍ଯ୍ୟାଦା ପାଇଥିଲେ ତାହା ହରାଇବେ ଚିନ୍ମୟାନନ୍ଦ।

ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସାଧୁ ସଂଗଠନ ତାଙ୍କୁ ସାଧୁ ସଦସ୍ୟରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାରଣ ଯିଏ ସାଧୁ ସେ ମୋହ, ମାୟାଠୁ ବହୁ ଦୂରରେ ରହିଥାଏ। ତେବେ ଚିନ୍ମୟାନନ୍ଦଙ୍କ ଦଳ କିନ୍ତୁ ତାଙ୍କୁ କେବେ ବହିଷ୍କାର କରିବ ସେ ନେଇ ପ୍ରଶ୍ନ ଉଠିଛି। ଚିନ୍ମୟାନନ୍ଦ ଗିରଫ ହେବା ପରେ ଅଖିଳ ଭାରତୀୟ ଅକ୍ଷର ପରିଷଦ ଦ୍ୱାରା ନିକଟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ତାଙ୍କୁ ସାଧୁ ସଂପ୍ରଦାୟରୁ ବହିଷ୍କାର କରାଯିବ ବୋଲି ନିଷ୍ପତି ନିଆଯାଇଛି। ଅକ୍ଟୋବର ୧୦ରେ କିନ୍ତୁ ହେବାକୁ ଥିବା ଅଖିଳ ଭାରତୀୟ ଅକ୍ଷର ପରିଷଦର ସାଧାରଣ ପରିଷଦ ବୈଠକରେ ଏ ବାବଦରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଅଖିଳ ଭାରତୀୟ ଅକ୍ଷର ପରିଷଦର ସଦସ୍ୟ ମହନ୍ତ ନରେନ୍ଦ୍ର ଗିରି ପ୍ରତିକ୍ରିୟାରେ କହିଛନ୍ତି ଚିନ୍ମୟାନନ୍ଦଙ୍କ ଦ୍ୱାରା କରାଯାଇଥିବା କାମ ଅପରାଧ। ଜଣେ ସାଧୁ ଏଭଳି କାମ କରିଥିବାରୁ ସାଧୁ ସଂପ୍ରଦାୟ ଏଥିପାଇଁ ଲଜ୍ଜିତ ବୋଲି ସେ କହିଛନ୍ତି।୭୩ ବର୍ଷୀୟ ଚିନ୍ମୟାନନ୍ଦ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟମନ୍ତ୍ରୀ ଥିଲେ। ସେ ଏବଂ ମହନ୍ତ ଅଭୟଦନାଥ (ଯୋଗୀ ଆଦିତ୍ୟନାଥଙ୍କ ଶିକ୍ଷକ) ମିଶି ‘ରାମ ମନ୍ଦିର ମୁକ୍ତି ଯଜ୍ଞ ସମିତି’ ଗଢ଼ିଥିଲେ। ଏହା ପୂର୍ବରୁ ଜାନୁଆରୀ ୧୯, ୧୯୮୬ରେ ଗଠନ ହୋଇଥିବା ରାମ ଜନ୍ମଭୂମି ଆନ୍ଦୋଳନ ସଂଘର୍ଷ ସମିତିର ଚିନ୍ମୟାନନ୍ଦ ଆବାହକ ମଧ୍ୟ ଥିଲେ।

Comments are closed.