Odisha Link
Bridging the Missing Links in Odisha

ପୁଣି ଖୋଲିବ ଡ୍ୟାନ୍ସ ବାର୍!

ଭୁବନେଶ୍ବର: ପୁଣି ରାଜଧାନୀ ରାତି ହେବ ମତୁଆଲା, ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି ଗ୍ରାହକ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ନିୟୋଜିତ କରାଯିବନି। ଡ୍ୟାନ୍ସ ବାରରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ। ଆଇନ ଉଲ୍ଲଂଘନ ନେଇ କିଛି ଦିନ ତଳୁ ବାର୍ ଡ୍ୟାନ୍ସ ବନ୍ଦ ରହିଥିଲା।

Comments are closed.