Odisha Link
Bridging the Missing Links in Odisha

ମୋଦି ଓ ଟ୍ରମ୍ପଙ୍କ ସହ ସେଲଫି ନେଇ ଚର୍ଚ୍ଚାରେ ଏହି ବାଳକ, ଜାଣନ୍ତୁ କିଏ

ହ୍ୟୁଷ୍ଟନ୍‌: ହାଓଡି ମୋଦି କାର୍ଯ୍ୟକ୍ରମରେ ସମସ୍ତଙ୍କ ମନ ଜିଣିଥିଲେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥି ସହିତ କାର୍ଯ୍ୟକ୍ରମରେ କଳାକାରଙ୍କ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାପରେ କିଛି ଯୁବ ପରିବେଷଣକାରୀଙ୍କୁ ଭେଟିଥିଲେ ଦୁଇ ଶକ୍ତିଶାଳୀ ରାଷ୍ଠ୍ରର ମୁଖ୍ୟ। ଏହି ସମୟରେ ୯ ବର୍ଷ ବୟସର ଜଣେ କଳାକାର ମୋଦି ଓ ଟ୍ରମ୍ପଙ୍କୁ ପାଖରେ ପାଇ ଖୁସିରେ ପାଗଳ ହୋଇଯାଇଥିଲେ। ଏହାର ସୁଯୋଗ ମଧ୍ୟ ସେ ହାତ ଛଡ଼ା କରି ନଥିଲେ। ବାଳକ ଜଣଙ୍କ ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ସହ ସେଲଫି ନେବାକୁ ମଧ୍ୟ ଚାହିଁଥିଲେ। ମୋଦି ଓ ଟ୍ରମ୍ପ ମଧ୍ୟ ତାଙ୍କୁ ନିରାଶ କରି ନଥିଲେ। ଏହି ସେଲଫିଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପିଏମଓ ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓ ଅନୁଯାୟୀ, ମୋଦି ଓ ଟ୍ରମ୍ପ ରେଡ୍‌ କାରପେଟ୍‌ରେ ପରସ୍ପରର ହାତ ଧରି ଚାଲୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଯୁବ କଳାକାରଙ୍କ ସହ ଏହି ଦୁଇ ନେତା କଥାବାର୍ତ୍ତା କରିଥିଲେ। ଏହି ସମୟରେ ୯ ବର୍ଷୀୟ ବାଳକ ଜଣଙ୍କ ସେଲଫି ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଟ୍ରମ୍ପ ତୁରନ୍ତ ଏଥିରେ ସହମିତି ପ୍ରକାଶ କରିବା ସହ ମୋଦିଙ୍କୁ ସେଲଫି ପାଇଁ ପୋଜ୍‌ ଦେବାକୁ କହିଥିଲେ। ମୋଦି ମଧ୍ୟ ଏଥିରେ କୁଣ୍ଠାବୋଧ ପ୍ରକାଶ କରି ନଥିଲେ।

ଆଜି ସକାଳେ ପିଏମ୍‌ଓ ପକ୍ଷରୁ ଭିଡିଓକୁ ପୋଷ୍ଟ କରାଯିବା କ୍ଷଣି ଏହାର ଭାଇରାଲ ହେବାରେ ଲାଗିଛି। ଏହି ୯ ବର୍ଷୀୟ ବାଳକ ଜଣଙ୍କ ହେଉଛନ୍ତି ସାତ୍ୱିକ ହେଗଡେ। ତାଙ୍କ ଘର କର୍ଣ୍ଣାଟକାର ଉତ୍ତର କନ୍ନଡ ଜିଲ୍ଲାରେ। ସାତ୍ୱିକ ଯୋଗ କରିବାରେ ବେଶ ପାରଙ୍ଗମ। ରବିବାର ସେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ପରିବେଷଣ କରିଥିଲେ।

Comments are closed.