Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ପୁସ୍ତକ ”ସୋସିଓ ଇକୋନୋମି ଅଫ ମାଲକାନଗିରି ଡିଷ୍ଟ୍ରିକ ଅଫ ଓଡିଶା”

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମଭି ୭୯ ଡ ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ର ଅର୍ଥଶାସ୍ତ୍ର ଅଧ୍ୟାପକ । ଡ ପ୍ରଦୀପ୍ତ କୁମାର ମିଶ୍ର ମାଲକାନଗିରି ଜିଲ୍ଲାର ଅର୍ଥନୀତି ଉପରେ ଏକ ବହି ପ୍ରକାଶିତ କରିଛନ୍ତି । ଯେଉଁଥିର ନା ରହିଛି ”ସୋସିଓ ଇକୋନୋମି ଅଫ ମାଲକାନଗିରି ଡିଷ୍ଟ୍ରିକ ଅଫ ଓଡିଶା” ଇସୁସ୍ ଆଣ୍ଡ ଚାଲେଞ୍ଜସ୍ ଅଫ ଡେଭଲପମେଣ୍ଟ ।

ଏହି ବହି ଟିରେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ସାମ୍ନା କୁ ଆସିଥିବା ବିଭିନ୍ନ ପ୍ରତିଯୋଗିତା ଓ ବିକାଶ ପଥରେ ଆସିଥିବା ବାଧକଗୁଡ଼ିକ ଉପରେ ପ୍ରକାଶ କରିଛନ୍ତି। ଏହି ବହିଟି ଗତ ଜାନୁୟାରୀ ମାସରେ ପ୍ରକାଶିତ ହୋଇଥିବା ବେଳେ ଏବେ ଏହାର ଚାହିଦା ଜିଲ୍ଲାରେ ବଢିବାରେ ଲାଗିଛି ।ଏହା ସହିତ ମାଲକାନଗିରି ଜିଲ୍ଲାରେ ଅଧ୍ୟାପକ ମିଶ୍ରଙ୍କର ଘୁରି ଘୁରି ପ୍ରସଂଶା ର ସୁଅ ଛୁଟିଛି।ନିକଟରେ ତାଙ୍କୁ ସାଉଥ ଓଡିଶା ଇକୋନୋମିକ ଆସୋସିଏସନ ତରଫରୁ ତାଙ୍କୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡ ପ୍ରଦୀପ୍ତ କୁମାର ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା ।

ଜିଲ୍ଲାର ବିକାଶ ଧାରାରେ ଆସିଥିବା ବିଭିନ୍ନ ବାଧକ ବିଭିନ୍ନ ଜଟିଳ ସମସ୍ୟାକୁ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିକ୍ଷା କିଭଳି ସାମ୍ନା କଲେ ସେ ଏହାକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଇଛନ୍ତି।

Comments are closed.