Odisha Link
Bridging the Missing Links in Odisha

ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ ସାର୍‌ ଗିରଫ

ଡେଲାଙ୍ଗ: ପୁଣି ଗୁରୁ ଓ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ଟ୍ୟୁସନ ସାର୍ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ରସିକିଆ ଟ୍ୟୁସନ ସାରଙ୍କୁ ଗିରଫ କରିଛି ପୋଲିସ।
ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମା’ ଟ୍ୟୁସନ ସାରଙ୍କ ବିରୋଧରେ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନୟକ ୧୭୮/୧୯ରେ ଏକ କେସ୍ ରୁଜ କରି ରସିକିଆ ଟ୍ୟୁସନ ସାରଙ୍କୁ ଗିରଫ କରିଛନ୍ତି। ବେସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଟ୍ୟୁସନ ହେବା ପାଇଁ ଶ୍ରୀନିବାସ ଦାସଙ୍କ ନିକଟକୁ ଯାଇଥାନ୍ତି। ମାତ୍ର ଏହି ରସିକିଆ ଟ୍ୟୁସନ ସାର ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ ଝିଅଟି ତାଙ୍କ ମା’ଙ୍କ ଆଗରେ କହିଥିଲା। ଝିଅଠାରୁ ମା’ ସମସ୍ତ ଘଟଣା ଜାଣିବା ପରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Comments are closed.