Odisha Link
Bridging the Missing Links in Odisha

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କରଞ୍ଜିଆ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ଡାକ୍ତରଙ୍କୁ ଠେଲା ପେଲା କରିଛନ୍ତି। ଫଳରେ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି।
ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ସକାଳେ ସାମାନ୍ୟ ବାନ୍ତି ହେଉଥିବା ନେଇ କରଞ୍ଜିଆ ଏନଏସିର ଜୈନକ ମହିଳା ମେଡିକାଲକୁ ଆସିବା ପରେ କେବଳ ୧-୨ଟି ସଲାଇନ ଦେଇ ରୋଗୀଙ୍କୁ ଚାଲିଯିବାକୁ କହିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଶନିବାର ସନ୍ଧ୍ୟା ସମୟରେ ରୋଗୀ ଜଣଙ୍କ ଘରକୁ ଯିବା ପରେ ପୁଣି ଗତକାଲି ରାତିରେ ଆଉ ଥରେ ପୂର୍ବ ଭଳି ବାନ୍ତି ହେବାରୁ ଡାକ୍ତରଖାନାରେ ଆସିଥିଲେ।
ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପରିବାର ଲୋକେ ଉତକ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲେ। ଫଳରେ କିଛି ସମୟ ଧରି ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଥିଲେ । ତେବେ ପରିବାର ଲୋକ ଏବଂ ସ୍ଥାନୀୟଲୋକ ଡାକ୍ତରଙ୍କୁ ଠେଲାପେଲା କରିଥିଲେ ।

Comments are closed.