Odisha Link
Bridging the Missing Links in Odisha

ଏମିତି ହତ୍ୟା ଶୁଣିନଥିବେ!

ଉତ୍ତର ପ୍ରଦେଶ : ଯୁବକଙ୍କୁ ବାଇକ ପଛରେ ୧୫କିମି ଘୋଷାଡ଼ି ଘୋଷାଡ଼ି ହତ୍ୟା କରାଯାଇଛି। ବେକରେ ରଶି ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରିଲେ ଦୁର୍ବୃତ୍ତ। ଉତ୍ତର ପ୍ରଦେଶ ମିରଟ ସହର ଖାରଖୋଡ଼ା ନିକଟରେ ବୀଭତ୍ସ ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକ ମୁକୁଲଙ୍କ ଦେହରେ ଗୁଳି ଚିହ୍ନ ବି ଠାବ କରାଯାଇଛି। ଘୋଷାଡ଼ିବା ପୂର୍ବରୁ ମୁକୁଲଙ୍କୁ ଗୁଳି ହୋଇଛି ନା ପରେ, ତାହା ସ୍ପଷ୍ଟ ହୋଇ ନାହିଁ। ରାସ୍ତାରେ ଘଷି ହୋଇ ମୁକୁଲଙ୍କ ଗୋଟିଏ ଗୋଡ଼ ସଂପୂର୍ଣ୍ଣ ଛିଡ଼ି ଯାଇଛି। ମୁହଁ ମୁଣ୍ଡ ରାମ୍ପି ବିଦାରି ହୋଇଯିବା ସହ ରକ୍ତ ଜୁଡୁବୁଡୁ ହୋଇଛି। ମୃତଦେହ ସହ ୧୫ କିମି ରାସ୍ତାରେ ରକ୍ତ ଛିଟା ଠାବ କରିଛି ପୋଲିସ। ଏଭଳି ବୀଭତ୍ସ ହତ୍ୟା କେବେ ଦେଖିନଥିବା କହିଲେ ମିରଟ ଏସ୍‌ପି।

Comments are closed.