Odisha Link
Bridging the Missing Links in Odisha

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ

ରାଉରକେଲା: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଗତକାଲି ରାଉରକେଲା ପାନପୋଷ ଏସଡ଼ିଜେଏମ କୋର୍ଟରେ ଆତ୍ମସର୍ମପଣ କଲା ପରେ ଆଜି ଜାମିନ ପାଇଛନ୍ତି। ୨୦୧୫ ମସିହାରେ ରଘୁନାଥପଲ୍ଲୀ ଥାନାରେ ୭୫ଲକ୍ଷ ଟଙ୍କା ଠକେଇ ମାମଲା ସହ ଆଉ ତିନୋଟି ଅର୍ଥ ଠକେଇ ମାମଲା ମୋଟ୍ ୪ଗୋଟି ମାମଲାରେ ପ୍ରାୟ ଦୁଇ କୋଟି ଟଙ୍କା ଠକି ନେଇଥିବାର ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଗତ ୧୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଯେ, ତିନି ସପ୍ତାହ ମଧ୍ୟରେ ପ୍ରଶାନ୍ତ ଦାଶ ରାଉରକେଲା ସ୍ଥିତ ପାନପୋଷ ଏଡ଼ଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜାମିନରେ ଯିବା ପାଇଁ ।
ଗତକାଲି ପ୍ରଶାନ୍ତ ଦାଶ ଏସଡ଼ିଜେଏମ କୋର୍ଟରେ ଆତ୍ମସମର୍ପଣ କଲା ପରେ ଜାମିନରେ ଯାଇଛନ୍ତି। କୋର୍ଟଙ୍କୁ ସମ୍ମାନ ଦେବା ସହ ସରକାରଙ୍କୁ ଅନୁରୋଧ କରି ପ୍ରଶାନ୍ତ ଦାଶ କହିଛନ୍ତି ସରକାର ସିସୋରର ଜବତ କରିଥିବା ସମସ୍ତ ସଂପତି ତୁରନ୍ତ ବିକ୍ରି କରି ଲୋକମାନଙ୍କ ଅର୍ଥ ଫେରାଇ ଦିଆଯାଉ। ଲୋକେ ସିସୋରରେ ଲଗାଇଥିବା ଅର୍ଥ ଫେରସ୍ତ ପାଇଯାଆନ୍ତୁ। ଆଉ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରଶାନ୍ତ ଦାଶ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଏହାସହ ସିସୋର ସବୁବଳେ ପ୍ରସ୍ତୁତ ଅଛି ଲୋକଙ୍କ ଅର୍ଥ ଫେରାଇବା ପାଇଁ ବୋଲି ମଧ୍ୟ କହିଛନ୍ତି।

Comments are closed.