Odisha Link
Bridging the Missing Links in Odisha

ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର

ଯାଜପୁର: ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର। ଏହାସହ ତାକୁ ମାଡ ମଧ୍ୟ ମାରୁଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଧନେଶ୍ବର ପଞ୍ଚାୟତ ଧନେଶ୍ବର ଗାଁରେ।
ରାସ୍ତା ଉପରେ ନିଜ ବୋହୂକୁ ମାଡ ମାରିବା ସହ କିଭଳି ଭାବରେ ନିର୍ଯାତନା ଦିଆଯାଉଛି ତାହା ଏହି ଭିଡିଓ ଦେଖି ଆପଣ ଜାଣିପାରୁଥିବେ। ପାରିବାରିକ କଳହକୁ ନେଇ ମହିଳାଙ୍କ ଶ୍ବଶୁର ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଘୋଷାଡି ଘୋଷାଡି ନେଉଛନ୍ତି ବୋହୂକୁ। ଶାଶୁ ମଧ୍ୟ ଏକ ବାଡି ଧରି ବୋହୂକୁ ଅନେକ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Comments are closed.