କାଲିଠାରୁ ଓମଫେଡ୍ କ୍ଷୀର ଦାମ ବୃଦ୍ଧି

ଭୁବନେଶ୍ୱର: କାଲିଠାରୁ ବଢ଼ିବ ଓମଫେଡ୍ କ୍ଷୀର ଦର। ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓମଫେଡ଼୍ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୦ ଟଙ୍କାରେ ମିଳୁଥିଲା। ହେଲେ ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ। କ୍ଷୀର ଏକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ହୋଇଥିବାରୁ ଏହାର ଦର ବୃଦ୍ଧିକୁ ଖାଉଟି ସହଜେ ହଜମ କରି ପାରୁ ନାହାନ୍ତି।
ଏନେଇ କିଛି ଦିନ ପୂର୍ବେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ରାଜ୍ୟର ଘରୋଇ ଦୁବ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର ଦର ନିର୍ଦ୍ଧାରଣ କରାଯିବ। ଏହା ପରଠାରୁ ଓମଫେଡ଼୍ କ୍ଷୀର ଦର ବୃଦ୍ଧି ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା।