Odisha Link
Bridging the Missing Links in Odisha

ଟେଲି କଳାକାରଙ୍କ ନାଁ ନେଇ ଲୁଟିଲେ ଦୁର୍ବୃତ୍ତ, ଏନେଇ କଣ କହିଲେ କଳାକାର (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆସୁଛି ପାର୍ବଣର ଋତୁ। ଏଥିପାଇଁ ସଜବାଜ ହେଉଛି ଗାଁଠୁ ସହର। ଆଉ ଏ ପାର୍ବଣ ଋତୁକୁ ଅଧିକରୁ ଅଧିକ ଚର୍ଚ୍ଚିତ କରିବା ପାଇଁ ପ୍ରାୟ ସବୁ ଜାଗାରେ ଆୟୋଜିତ ହୋଇଥାଏ ନାଚଗୀତ। ଆଉ ଏବେଠୁ ବିଭିନ୍ନ ଜାଗାର ପୂଜା କମିଟି ମଧ୍ୟ ମେଲୋଡି, କଳାକାର, କଣ୍ଠଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରିବା ଆରମ୍ଭ କରି ସାରିଲେଣି। ଆପଣ ଭାବୁଥିବେ ଆମେ ଏପରି କଥା କାହିଁକି କହୁଛୁ ତେବେ ଜାଣି ରଖନ୍ତୁ ସତ କଣ।

ପାର୍ବଣ ଋତୁରେ ମୁଖ୍ୟତଃ କଳାକାର ମାନଙ୍କ ବହୁତ ଚାହିଦା ରହିଥାଏ। ଆଉ ଏ ସମୟରେ କଳାକାରଙ୍କୁ ଚୁନ ମାରିଛି ସୋଶିଆଲ ମିଡିଆ କଳାକାର। ଆପରମାନଙ୍କ ପ୍ରିୟ ଟେଲିଭିଜନ କଳାକାର ଯାହାକୁ ଆପଣ ରାଜା କିମ୍ବା ଜୟ ନାମରେ ବେଶ ଭଲ ଭାବେ ଜାଣିଛନ୍ତି। ତାଙ୍କ ଭଲ ନାମ ହେଉଛି ମହାପ୍ରସାଦ କର। ସେ ଏଭଳି ସାଇବର କ୍ରାଇମର ଶିକାର ହୋଇଛନ୍ତି। ମହାପ୍ରସାଦଙ୍କ କହିବା ମୁତାବିକ, କୌଣସି ଏକ ଦୁର୍ବୁତ୍ତ ତାଙ୍କ ନାମ ମହାପ୍ରସାଦ କର ନାମରେ ଏକ ଫେକ୍‌ ଫେସବୁକ୍‌ ଆକାୁଉଣ୍ଟ ଖୋଲି ଲୋକଙ୍କୁ ହଇରାଣ କରିବା ସହିତ ଟଙ୍କା ମାଗୁଛି। ଏନେଇ ମଧ୍ୟ ଆଜି ମହାପ୍ରସାଦ ସହିଦ ନଗର ଥାନରେ ଏକ ଏଫଆଇଆର ଦେଇଛନ୍ତି।

ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଜଣେ କଳାକାର। ମୋର ସରଳତାର ସୁଯୋଗ ନେଇ ଦୀର୍ଘଦିନ ଧରି ଜଣେ ଅପରିଚିତ ବ୍ୟକ୍ତି ମୋ ନାମରେ ଏକ ଫେକ୍‌ ଫେସବୁକ୍‌ ଆଇଡି ଖୋଲି ବହୁତ ଲୋକମାନଙ୍କୁ ଏବଂ ସିରିଏଲ ମାଧ୍ୟମରେ ମତେ ଭଲପାଉଥିବା ଦର୍ଶକମାନଙ୍କ ପାଖରୁ ବିଭିନ୍ନ ଅସୁବିଧାର ଆଳ ଦେଖାଇ ମୋର ନାମ କହି ଫୋନ ପେ ଓ ଆକାୁଉଣ୍ଟ ଟ୍ରାନସଫର୍ମ ମାଧ୍ୟମରେ ହଜାର ହଜାର ଟଙ୍କା ଦୀର୍ଘଦିନ ଧରି ଲୁଟିବାରେ ଲାଗିଛି। ଫୋନ ପେ ନମ୍ବର ଟି ହେଉଛି-୯୩୩୭୨୫୫୬୧୩ ଏବଂ ଆକଉଣ୍ଟ ନମ୍ବର ଟି ହେଉଛି-୩୮୬୭୯୩୧୬୭୮୩, ଆଇଏଫ୍‌ସି କୋର୍ଡ ଟି ହେଉଛି-SBIN୦୦୯୬୩୮କୁ ଆଧାର କରି ଜାଣିଲେ ଯେ, ଏହି ଆକାଉଣ୍ଟ ନାମଧାରୀ ବ୍ୟକ୍ତିଙ୍କ ନାମ ହେଉଛି ସିଲୁ ଖଟୁଆ, ପିତାଙ୍କ ନାମ ଚୈତନ୍ୟ ଖଟୁଆ। ଘର ପିଙ୍ଗୁଆ ଜିଲ୍ଲା ଢେଙ୍କାନାଳ ବୋଲି ମହାପ୍ରସାଦ ଜାଣିବାକୁ ପାଇଛନ୍ତି।

ଏଥିସହିତ ଏହାର ତଦନ୍ତ କରାଯାଇ ଦୋଷୀଙ୍କୁ ଧରାଯାଉ । ଏବଂ ମୋତେ ଭଲ ପାଉଥିବା ଦର୍ଶକ ଏପରି ମେସେଜ କିମ୍ବା ଫୋନ କଲକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ମହାପ୍ରସାଦ କହିଛନ୍ତି।

Comments are closed.