Odisha Link
Bridging the Missing Links in Odisha

ବସରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରିରହୁଥିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ଅନେକ ଅଭିନେତା ହେଉକି ଅଭିନେତ୍ରୀ ନିଜର ବହୁତ ସ୍ମୃତି ଦର୍ଶକଙ୍କ ସହିତ ବାଣ୍ଟି ଥାନ୍ତି ।ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ନିଜର କଲେଜ ଦିନର ସ୍ମୃତିକୁ ଦର୍ଶକଙ୍କ ସହିତ ବାଣ୍ଟି ଛନ୍ତି ।ସେ ତାଙ୍କର କଲେଜ ଦିନର ସ୍ମୃତିକୁ ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ମନେ ପକାଇଛନ୍ତି।ଅମିତାଭ ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ବସ୍‌ରେ ଯାତ୍ରା କରୁଥିଲି । ବିଗ୍‌ ବି ସୁନ୍ଦରୀ ଝିଅମାନଙ୍କୁ ବସ୍‌ରେ ଚଢ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ।

ଅମିତାଭ ପୁରୁଣା ସ୍ମୃତି ମନେ ପକାଇ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍‌ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି ବସ୍‌ ସଂସଦ ଦେଇ ଯାଉଥିଲା ଓ ମୋତେ ମୋ ୟୁନିଭରସିଟି ପାଖରେ ନେଇ ଛାଡୁଥିଲା। ସେହି ରାସ୍ତାରେ ସିପି ଓ ଆଇପି କଲେଜର ସୁନ୍ଦରୀ ଝିଅମାନେ ମିରାଣ୍ଡା ହାଉସ ଯିବା ପାଇଁ ବସ୍‌ରେ ଚଢୁଥିଲେ। ଅନେକ ବର୍ଷ ପରେ ଯେବେ ମୁଁ ୟୁନିଭରସିଟିରୁ ଗ୍ରାଜୁଏସନ୍‌ ଡିଗ୍ରୀ ନେଇ ଚାକିରି କରିବା ଆରମ୍ଭ କଲି ସେହି ସୁନ୍ଦରୀ ଝିଅମାନଙ୍କ ମଧ୍ୟରୁ ଜଣକୁ ଦେଖା କରିଥିଲି, ଯିଏ ମୋ ସହିତ ବସ୍‌ରେ ଯାତ୍ରା କରୁଥିଲେ।’ଅମିତାଭ ଦିଲ୍ଲୀର କିରୋରି ମଲ କଲେଜ ପାଠ ପଢ଼ୁଥିଲେ ।

Comments are closed.