Odisha Link
Bridging the Missing Links in Odisha

ମରଜାୱାଁରରେ: ଆକ୍ସନ ଓ ରୋମାନ୍ସରେ ତଡକା ଲଗାଇବେ ସିଦ୍ଧାର୍ଥ-ତାରା

ନୂଆଦିଲ୍ଲୀ :ପୁଣି ଥରେ ଏକାଠି ହେଉଛନ୍ତି ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମଲହୋତ୍ରା ।ଏକ ଭିଲେନ ସିନେମାାରେ ଦୁହେଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।ଏବେ ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମରଜାୱାଁର ସିନେମା ରେ ଦେଖିବାକୁ ମିଳିବ । ମରଜାୱାଁର ସିନେମାର ପୋଷ୍ଟର ଏକ ରିଲିଜ ହୋଇଯାଇଛି। ଏହାର ଧମାକାଦାର ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି।ଏହାର ଟ୍ରେଲର ସୋସିଆଲ ମିଡିଆରେ ଛାଇ ଯାଇଛି । ଫ୍ୟାନ୍ସ ମାନଙ୍କ ମଧ୍ୟରେ ସିନେମା ଟ୍ରେଲରକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ସିନେମାରେ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିୟାଙ୍କୁ ଦେଖିବାକୁ ମିଳିବ ।
ଦର୍ଶକ ତାରା ସୁତାରିୟା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡି ପ୍ରଥମ ଥର ପାଇଁ ଏହି ସିନେମାରେ ଦେଖିବାକୁ ପାଇବେ।

ଏହି ସିନେମାଟି ରେ ଲଭ୍ ଷ୍ଟୋରୀ ଥିବା ସହ ଦମଦାର ଆକ୍ସନ ମଧ୍ୟ ରହିଛି। ଏହି ସିନେମାରେ ରିତେଶ ଦେଶମୁଖ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ମରଜାୱାଁର ସିନେମାଟିକୁ ମିଲାପ ଜାବିର ନିର୍ଦ୍ଦେଶନା ଦେଇଛନ୍ତି । ମରଜାୱାଁର ସିନେମା ଆକ୍ଟୋବର ୨ ରେ ରିଲିଜ ହେବା ପରିବର୍ତ୍ତେ,ନଭେମ୍ବର ୨୨ ରେ ରିଲିଜ୍ ହେବ।

Comments are closed.