Odisha Link
Bridging the Missing Links in Odisha

ହ୍ରିତିକ୍‌ଙ୍କ ସହ ମୋର ଗୁରୁ ଶିଷ୍ୟ ର ସମ୍ପର୍କ ,ଜାଣନ୍ତୁ କିଏ ଏହି ଅଭିନେତା

ଭୁବନେଶ୍ବର :’ହିରୋପନ୍ତି’ ର ହିରୋ ତଥା ଟାଇଗର ଶ୍ରଫ୍‌ଙ୍କୁ ଦେଖି ଦର୍ଶକମାନେ ତାଙ୍କୁ ହ୍ରିତିକ୍‌ ରୋଶନଙ୍କ ସହ ତୁଳନା କରୁଥିଲେ ।ଏବେ ଦୁଇ ଜଣ ଅଭନେତା ଙ୍କୁ ଏକାଠି ଦେଖିବାକୁ ମିଳିବ।ସିଦ୍ଦାର୍ଥ ଆନନ୍ଦ ଙ୍କ ସିନେମା ୱାର ରେ ଦୁଇ ଜଣଙ୍କୁ ଦର୍ଶକ ଏକାଠି ଦେଖିବା ପାଇବେ । ଏହି ସିନାମାକୁ ଆଦିତ୍ୟ ତ୍ୱରିୱାଲ ଲେଖିଛନ୍ତି । ଏହି ସିନେମାରେ ଟାଇଗର ଶ୍ରଫ୍‌, ହ୍ରିତିକ୍‌ ରୋଶନଓ ବାନି କପୁର ଙ୍କୁ ଅଭିନୟ କରୁଥିବାର ଦେଖିବାକୁ ପାଇବେ ।


ସିନେମା ୱାରରେ ‘ଟାଇଗର ଶ୍ରଫ୍‌ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ହ୍ରିତିକ୍‌ ଙ୍କ ନୃତ୍ୟର ଭିଡିଓକୁ ଦେଖି ଶୋଇ ଥାଆନ୍ତି। ମୁଁ ଜୀବନରେ କେବଳ ହ୍ରିତିକଙ୍କୁ ହିଁ ଦେଖିଛି ବୋଲି ସେ କହିଛନ୍ତି । ତାଙ୍କ ସହ ମୋର ଗୁରୁ-ଶିଷ୍ୟର ସମ୍ପର୍କ। ସବୁବେଳେ ମୁଁ ତାଙ୍କପରି ନୃତ୍ୟ କରିବାକୁ ଚାହୁଁଥିଲି। ତେଣୁ ଶୋଇବା ପୂର୍ବରୁ ହ୍ରିତିକ୍‌ଙ୍କର ଗୋଟିଏ ଗୀତ ଦେଖୁଥିଲି ବୋଲି ନିକଟରେ ଏକ ସାକ୍ଷାତକାରରେ ଟାଇଗର କହିଛନ୍ତି। ହ୍ରିତିକ୍‌ଙ୍କ ଷ୍ଟେପ୍‌ ବିଷୟରେ ଭାବି ଭାବି ରାତିରେ ଶୋଇପଡ଼ୁଥିଲେଏବଂ ପରଦିନ ସକାଳୁଉଠି ସେହି ଷ୍ଟେପ୍‌ସଗୁଡ଼ିକୁ ମନେ ପକାଇ ଅଭ୍ୟାସ କରୁଥିଲେ। ଟାଇଗର କହିଛନ୍ତି ଏହା ହିଁ ଥିଲା ତାଙ୍କର ନୃତ୍ୟ ଟ୍ରେନିଂ।


ୱାର ସିନେମାରେ ରୋଶନ କବିର, ଏକ୍ସ ସୋଲଜର ଚରତ୍ରରେ ନଜର ଆସିବେ।ସିନେମାଟି ଅକ୍ଟୋବର ୨ରେ ରିଲିଜ ହବାକୁ ଯାଉଛି ।

Comments are closed.