Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ମାଳିଅରୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡ ଫଳରେ ଜଳିଯାଇଛି ୫ ବଖରା ଘର। ଏହାସହ ନିଆଁରେ ଗୋଟିଏ ଗାଈ ଓ କିଛି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିଭିନ୍ନ ଆସବାବପତ୍ର ଓ ନଗଦ ଟଙ୍କା ମଧ୍ୟ ପୋଡି ଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି।

Comments are closed.