Odisha Link
Bridging the Missing Links in Odisha

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ: ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ। ଭାରତ ପକ୍ଷରୁ ବୈଦେଶିକ ସଚିବ ବିଦିଶା ମିତ୍ରା ଉତ୍ତର ଦେଇଛନ୍ତି। ବିଦିଶା କହିଛନ୍ତି ଯେ, ଇମ୍ରାନଙ୍କ ମନ୍ତବ୍ୟ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ତାଙ୍କ ଭାଷଣ ଘୃଣା ଓ ହିଂସାରେ ଭର୍ତ୍ତି ହୋଇଥିଲା ଏବଂ ସେ ଦେଇଥିବା ଭାଷଣ ମିଛ ଅଟେ ବୋଲି କହିଛନ୍ତି ବିଦିଶା। ପାକିସ୍ତାନ ଜାତିସଂଘ ମଞ୍ଚର ଅପବ୍ୟବହାର କରିଛି। ଏହା କୌଣସି ରାଷ୍ଟ୍ରନେତାଙ୍କ ମୁହଁରେ ଶୋଭା ପାଏ ନାହିଁ। ପାକିସ୍ତାନରେ ଆତଙ୍କୀ ସଙ୍ଗଠନ ନାହିଁ ପ୍ରମାଣ ଦିଅନ୍ତୁ ଇମ୍ରାନ୍‌ ବୋଲି କହିଛନ୍ତି ବିଦିଶା। ଜାତିସଂଘର ପତ୍ୟକ୍ଷ ତତ୍ତ୍ବାବଧାନରେ ଯାଞ୍ଚ ପାଇଁ ଅନୁମତି ଦିଅନ୍ତୁ। ଜାତିସଂଘ ତାଲରିକାରେ ଥିବା ୧୩୦ ଆତଙ୍କବାଦୀ ପାକିସ୍ତାନରେ। ଏଥିସହିତ ତାଲିକାଭୁକ୍ତ ୨୫ଟି ଆତଙ୍କୀ ସଂଗଠନ ମଧ୍ୟ ପାକିସ୍ତାନରେ ବୋଲି କହିଛନ୍ତି ବିଦିଶା।

ଇତିହାସକୁ ଭୁଲି ନଯାଇ ୧୯୭୧ ଘଟଣାକୁ ମନେ ପକାନ୍ତୁ। ୧୯୭୧ରେ ନିଜ ଲୋକଙ୍କୁ ଗଣହତ୍ୟା କରିବା କଥା ମନେ ପକାନ୍ତୁ। ଫଳରେ ବାଂଲାଦେଶ ସୃଷ୍ଟି ହୋଇଥିଲା। ପାକିସ୍ତାନରେ ଇସାଇ, ଶିଖ, ହିନ୍ଦୁ, ପଂଜାବୀ, ସିଂଧି, ବେଲୋଚି ଆଦି ଲୋକଙ୍କୁ ହଇରାଣ କରାଯାଉଛି। ଲାଡେନ ଲିଙ୍କ୍‌ ନେଇ ମଧ୍ୟ ଇମ୍ରନାଙ୍କୁ ଘେରିଲେ ବୈଦେଶିକ ସଚିବ ବିଦିଶା।

ବିଦିଶା କହିଛନ୍ତି ଯେ, ମାନବାଧିକାରର କଥା କହୁଥିବା ପାକିସ୍ତାନ ପ୍ରଥମେ ନିଜ ଦେଶରେ ଥିବା ସଂଖ୍ୟାଲଘୁଙ୍କ ଅବସ୍ଥା ଦେଖିବା ଦରକାର। ଯାହା ୨୩ ପ୍ରତିଶତକୁ ୩ ପ୍ରତିଶତରେ ପହଁଚି ଯାଇଛି। ସଂଖ୍ୟାଲଘୁଙ୍କୁ ଜୋର ଜବରଦସ୍ତ ଧର୍ମାନ୍ତରୀକରଣ କରାଯାଉଛି। ଜାମ୍ମୁ-କଶ୍ମୀର, ଲଦାଖରେ ବିଭିନ୍ନତା ମଧ୍ୟରେ ଥିବା ଏକତା ଆମର ଶକ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜାମ୍ମୁ-କଶ୍ମୀର, ଲଦାଖରେ ଶାସନ ଚାଲିଛି। ଏଥିପ୍ରତି ଆତଙ୍କବାଦୀ କାରଖାନା ଗଢ଼ିଥିବା ଦେଶର କହିବାର କୌଣସି ଅଧିକାର ନାହିଁ ବୋଲି ବୈଦେଶିକ ସଚିବ ନିଜର ମନ୍ତବ୍ୟରେ କହିଛନ୍ତି।

Comments are closed.