Odisha Link
Bridging the Missing Links in Odisha

ପୁଣି ନିରାଶ ହେଲେ ପି.ଚିଦାମ୍ବରମ୍

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି ପି.ଚିଦାମ୍ବରମଙ୍କୁ। ଆଜି ପି.ଚିଦାମ୍ବରଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଫଳରେ ଆଇଏନଏକ୍ସ ଦୁର୍ନୀତି ମାମଲାର ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି।

ସୂଚନାଥାଉକି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ୨୦୦୭ରେ ଅର୍ଥମନ୍ତ୍ରୀ ଥିବାବେଳେ ଲାଞ୍ଚ ନେଇ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କା ନେବା ପାଇଁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡରୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।

Comments are closed.