Odisha Link
Bridging the Missing Links in Odisha

‘ଶୋଲେ’ ସିନେମାର ‘କାଲିଆ’ ଙ୍କ ଦେହାନ୍ତ

ମୁମ୍ବାଇ:ବର୍ତ୍ତମାନ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ‘ଶୋଲେ’ ସିନେମାର ‘କାଲିଆ’ ଚରିତ୍ରରେ ଅଭିନୟ କରିଥିବା ବିଜୁ ଖୋଟେଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଶେଷ ନିଃଶ୍ୱାସ ମୁମ୍ବାଇସ୍ଥିତ ବାସଭବନରେ ତ୍ୟାଗ କରିଥିଲେ।
ସେ ୧୭ ଡିସେମ୍ବର ୧୯୪୧ ମସିହା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନାଣ୍ଡୁ ଖୋଟେ ଓ ସେ ରଙ୍ଗମଞ୍ଚ କଳାଥିଲେ। ସିନେମା ‘ଶୋଲେ’ରେ ‘କାଲିଆ’ ଚରିତ୍ରଟି ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ତାଙ୍କର ସେହି ଅଭିନୟଟି ଏବେ ବି ମନେପଡ଼େ।


୧୯୬୪ ମସିହାରେ ବିଜୁ ସିନେମା ଜଗତରେ ପାଦ ଦେଇଥିଲେ । ସେ ପାଖାପାଖି ୩୦୦ଟି ହିନ୍ଦୀ ଓ ମରାଠି ସିନେମାରେ କାମ କରିଥିଲେ। ସେ ‘ଶୋଲେ’ ସିନେମା ଛଡା ‘ଗୋଲମାଲ୍‌-୩’, ‘ଅନ୍ଦାଜ୍ ଅପନା ଅପନା’, ‘କୟାମତ୍‌ ସେ କୟାମତ୍‌ ତକ୍‌’, ‘କୁର୍ବାନୀ’, ‘କର୍ଜ’ ‘ନାଗୀନ୍’,’ଅତିଥି ତୁମ୍ କବ୍ ଯାଓଗେ’ ଓ ‘ଅଜବ ପ୍ରେମ୍ କି ଗଜବ୍ କାହାନୀ’ ପରି ସିନେମାରେ ଜବରଦସ୍ତ ଅଭିନୟ କରିଥିଲେ। ‘ଜାନେ କ୍ୟୁଁ ଦେ ୟାରୋ’ ତାଙ୍କର ଶେଷ ସିନେମା ଥିଲା । ଏହି ସିନେମାଟି ୨୦୧୮ରେ ରିଲିଜ୍‌ ହୋଇଥିଲା। ବିଜୁ ଖୋଟେଙ୍କର ପୂର୍ବାହ୍ନ ୧୧ଟା ବେଳେ ଅନ୍ତିମ ସଂସ୍କାର କରାଯାଇଛି ।

Comments are closed.