Odisha Link
Bridging the Missing Links in Odisha

ପୂଜା ପ୍ରସ୍ତୁତି: ଟ୍ବିନ୍‌ ସିଟି ପାଇଁ ୬୩ ପ୍ଲାଟନ୍‌ ଫୋର୍ସ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଦୁର୍ଗାପୂଜା ପାଇଁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୁଙ୍ଖଳିତ ଦର୍ଶନ ବ୍ୟାପକ ପ୍ରସ୍ତୁତି କରିଛି। ବ୍ଲକିଂ ଓ ଚେକିଂକୁ ଅଧିକ କଡ଼ାକଡ଼ି କରାଯିବା ସହିତ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ପଦେକ୍ଷପ ନେଉଛି। ପୂଜାକୁ ଦୃଷ୍ଟିରେ ର‌ଖି କଟକ ଓ ଭୁବନେଶ୍ବରରେ ମୁତୟନ ରହିବେ ୬୩ ପ୍ଲାଟୁନ ଫୋର୍ସ। ରାଜଧାନୀରେ ଏଥର ୧୭୦ ମେଢ଼ ପୂଜା ପାଇବେ ଏହାରି ମଧ୍ୟରୁ ୫ଟି ସ୍ଥାନରେ ରାବଣ ପୋଡ଼ି ହେବ। ପୂଜା ପାଇଁ ଟ୍ରାଫିକ୍‌ ଆଡଭାଇଜରି ଜାରି ସହିତ କଟକଣା କଡ଼ାକଡ଼ି ହେବ। ଆସାଜିକ ତତ୍ତ୍ବଙ୍କ ଉପରେ କଡ଼ା ନଜର ରଖିବାକୁ କହିଛନ୍ତି ଡିସିପି।

Comments are closed.