Odisha Link
Bridging the Missing Links in Odisha

ରିଲିଜ୍‍ ହେଲା ‘ମର୍ଦ୍ଦାନୀ-୨’ର ପ୍ରଥମ ଲୁକ୍

ମ୍ବଇ :ଗୋପୀ ପୁଥରଣଙ୍କ ନିର୍ଦ୍ଦେଶିତ ସିନେମା ‘ମର୍ଦ୍ଦାନୀ-୨’ର ଟ୍ରେଲର ରିଲିଜ୍‍ ହୋଇଛି । ସିନେମାଟିକୁ ଗୋପୀ ପୁଥରଣ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ପୁଣି ଥରେ ରାନୀ ମୁଖାର୍ଜୀ ସାହସୀ ଓ ସଚ୍ଚୋଟ ପୁଲିସ ଅଧିକାରୀ ଶିବାନୀ ଶିବାଜୀ ରାୟ ଭୂମିକାରେ ନଜର ଆସୁଛନ୍ତୁ । ୨୨ଅଗଷ୍ଟ ୨୦୧୪ ରେ ଏହାର ପ୍ରଥମ ଭାଗ ‘ମର୍ଦ୍ଦାନୀ’ ରିଲିଜ ହୋଇଥିଲା । ‘ମର୍ଦ୍ଦାନୀ’ ସିନେମାରେ ରାନୀଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ତିଆରି କରି ଦେଇଥିଲେ ।

‘ମର୍ଦ୍ଦାନୀ-୨ ସିନେମାଟିକୁ ରାଜସ୍ଥାନର ଜୟପୁର ଓ କୋଟା ଆଦି ସ୍ଥାନରେ ଶୁଟିଂ କରାଯାଇଛି ଓ ସିନେମାଟି ଚଳିତ ବର୍ଷ ଡିସେମ୍ବରର ୧୩ ପରଦାକୁ ଆସିବ।

Comments are closed.