ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ବେତନଟୀ: ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ଜୀବନ ଚାଲି ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍ ମାଛୁଆ ସାହି ଜଙ୍ଗଲରେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା। ଅଳ୍ପକେ ବର୍ତ୍ତିଲେ ଅନ୍ୟ ଜଣେ ଗ୍ରାମବାସୀ। ମୃତକ ହେଉଛନ୍ତି ଗଜେନ୍ଦ୍ର ମହାନ୍ତ।
ଆଜି ସକାଳେ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ଭିତରେ ହାତୀ ଆକ୍ରମଣ କରିଥିଲା। ଜଙ୍ଗଲ ଭିତରେ କଥା ହେଉଥିବା ବେଳେ ହଠାତ୍ ଦନ୍ତା ହାତୀ ବୃଦ୍ଧଙ୍କୁ କଚାଡି ମାରିଦେଇଥିଲା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋପାଳ ଚନ୍ଦ୍ର ମହାନ୍ତି।