Odisha Link
Bridging the Missing Links in Odisha

ମୋ ସରକାରକୁ ଭରସା ନାହିଁ!

ଭୁବନେଶ୍ବର: ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମୋ ସରକାର। ହେଲେ ଖୋଦ୍‌ ଶାସକ ଦଳର ନେତାହିଁ ମୋ ସରକାର ଲାଗୁ ହେବା ପୂର୍ବରୁ ପୁଲିସ୍‌ ଉପରେ ଭରସା କରି ନାହାନ୍ତି। ଯାହାଫଳରେ ସୋଶିଆଲ ମିଡିଆର ସାହାଯ୍ୟ ନେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ନିଜ ଦଳର ଛାତ୍ର ନେତା ଏବଂ ପୋଲିସ ବିରୋଧରେ ଅଭିଯୋଗ ଆଣି ପୁଣି ସେ ଚର୍ଚ୍ଚାରେ। ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ସେ ଏ ନେଇ ଟୁଇଟରେ ଲେଖିଛନ୍ତି। ଏଥିସହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବଂ ସାହାଯ୍ୟ କରିବା ପାଇଁ କହିଛନ୍ତି।

ଏଥିସହିତ ବିଭିନ୍ନ ମାମଲାରେ ଫସିଥିବା ତାଙ୍କ ପଡିଶା ଘର ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କ୍ଷୋଭ ବ୍ୟକ୍ତ କରି ପୋଲିସ କମିଶନରଙ୍କୁ ଟ୍ୱିଟ୍‌ କରିଥିଲେ ଅନୁଭବ। ଏମିତିକି ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ବି ଟ୍ୱିଟ୍‌ କରିଛନ୍ତି। ଆଉ ସାକ୍ଷୀ ଭାବେ ଦୁଇଜଣଙ୍କ ବୟାନକୁ ବି ସେ ଟ୍ୱିଟ୍‌ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ପୁଲିସ୍‌ କିଛି କରିନାହିଁ।

କିଛି ଦିନ ତଳେ ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମା ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଥାନାରେ ଥିବା କର୍ମଚାରୀଙ୍କ ଆଚାର ବ୍ୟବହାର ଏବଂ ବହୁତ କଥା ଅଭିଯୋଗକାରୀଙ୍କ ନିକଟକୁ ଫୋନ କରି ପଚାରି ବୁଝିଥିଲେ। ହେଲେ ସାଂସଦଙ୍କ ଟ୍ବିଟ୍‌ ମୋ ସରକାରକୁ ନେଇ ସବୁ କିଛି ଦର୍ଶାଉଛି।

Comments are closed.