Odisha Link
Bridging the Missing Links in Odisha

ଟ୍ରକ୍‌-ବାଇକ୍ ମୁହାଁମୁହିଁ ଧକ୍କା

ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଔପଦା-ଖଇରା ରାସ୍ତା ଘୋଡା ଛକରେ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛି। ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ବାଇକରେ ଆନନ୍ଦ ବେହେରା ବୟସ ଓ ଅଶ୍ଵନା ବେହେରା ଆସୁଥିବା ବେଳେ ଟ୍ରକ୍ ଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ପଠାଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.