Odisha Link
Bridging the Missing Links in Odisha

ମନେ ପଡ଼ନ୍ତି ଅହିଂସାର ପୂଜାରୀ

ଭୁବନେଶ୍ୱର: ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିବସ ସାରା ଦେଶ ସମେତ ରାଜ୍ୟରେ ଧୁମଧାମରେ ପାଳନ କରାଯାଉଛି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ) ଅହିଂସାର ପୁଜାରୀ ଥିଲେ। ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନର ମଙ୍ଗ ଧରିଥିଲେ ବାପୁ । ସେହି ଯୋଗଜନ୍ମା ସମସ୍ତଙ୍କୁ ଛାଡ଼ି ୩୦ ଜାନୁଆରୀ ୧୯୪୮ରେ ଇହଲୀଳା ସମ୍ବରଣ କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୨କୁ ବଡ଼ ଧୁମଧାମରେ ପାଳନ କରାଯାଇଆସୁଛି । ଦେଶ ତଥା ବିଭିନ୍ନ ରାଜ୍ୟ ଏହି ଦିନରେ ଅନେକଗୁଡ଼ିଏ ବିକାଶମୁଖୀ କାର୍ଯ୍ୟର ଆରମ୍ଭ କରିବାକୁ ସଂକଳ୍ପ ନେଇଥାନ୍ତି। ଓଡ଼ିଶା ପ୍ରତି ମହାତ୍ମା ଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ।

ବାପୁଙ୍କ ବିଷୟରେ କିଛି ଅଜଣା କଥା:

  • ସ‌ହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା।
  • ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।
  • ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ଚୟନ କରାଯାଇଥିଲା।
  • ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ।
  • ଜୀବନ‌କାଳରେ ଗାନ୍ଧୀଙ୍କ ହାରାହାରି ଦୈନିକ ପଦ‌ଯାତ୍ରା ଥିଲା ୧୮ କିଲୋମିଟର
  • ଗାନ୍ଧୀଙ୍କ ନାଁରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୂଖ୍ୟ ରାସ୍ତା ଲୋକାର୍ପିତ।
  • ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ !
  • ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍‌ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା । (ଆହୁରି ଅନେକ)

Comments are closed.