ନାଚିଲେ ବରଗଡ଼ ସାଂସଦ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଚର୍ଚ୍ଚାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ସର୍ବଦା ରାଜନୀତିକୁ ନେଇ ଚର୍ଚ୍ଚାରେ ରୁହନ୍ତି ସୁରେଶ। ହେଲେ ଏଥର ଟିକେ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାରେ ସାଂସଦ ସୁରେଶ ପୂଜାରୀ। ଗତ ୨୯ ତାରିଖରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ରାଜଧାନୀରେ ଆୟୋଜିତ ହୋଇଥିଲା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ। ଏହି ଉତ୍ସବରେ ବରଗଡ଼ ସାଂସଦ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହେଲେ ସେଠାରେ ଶ୍ରୀ ପୂଜାରୀଙ୍କୁ ନାଚିବାର ଦେଖିବାକୁ ମିଳିଥିଲା। ସମ୍ବଳପୁରୀ ଗୀତ ଏକଡ଼ା ଏକଡ଼ା ରାହା ଗୀତର ତାଳରେ ତାଳ ଦେଇ ନାଚି ଥିଲେ ଶ୍ରୀ ପୂଜାରୀ।