Odisha Link
Bridging the Missing Links in Odisha

ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳିତ ହେଉଥିବାବେଳେ ସେ ଛାଡି ଯାଇଥିବା ଅଭୁଲା ସ୍ମୃତି ପୁଣି ଥରେ ମାନସପଟରେ ତରଙ୍ଗାୟିତ ହୋଇଛି। ଗାନ୍ଧୀ ଥିଲେ ଭାତରୀୟ ମୁକ୍ତି ସଂଗ୍ରାମର ମହାନାୟକ, ଅହିଂସାର ମୂର୍ତିମନ୍ତ ପ୍ରତୀକ। ସେ ଥିଲେ ସମୟନାବର୍ତିତା ଓ ସ୍ୱଛତାର ପକ୍ଷଧର। ଜାତି, ବର୍ଣ୍ଣ , ଧର୍ମ ଓ ଭାଷାକୁ ନେଇ ସୃଷ୍ଟ ଅସହିଷ୍ଣୁତାର କଠୋର ସମାଲୋଚକ ଥିଲେ ଗାନ୍ଧୀ।
କେବଳ ଭାରତ ନୁହେଁ ସାରା ବିଶ୍ୱରେ ଆଜି ବି ଗାନ୍ଧୀବାଦ- ଗାନ୍ଧୀ ଦର୍ଶନ ଓ ଗାନ୍ଧୀ ଚିନ୍ତନକୁ ନେଇ ଚର୍ଚ୍ଚା,ଆଲୋଚନା ଜାରି ରହିଛି। ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍ ୧୫ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲା। ସେହିଦିନଠାରୁ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି।
୧୫୦ ତମ ଜୟନ୍ତୀ ଅବସରରେ ବିଧାନସଭା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତୀରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହି ଅବସରରେ ନାରୀମାନଙ୍କ ପ୍ରତି ଏକ ନିରାପଦ ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.