Odisha Link
Bridging the Missing Links in Odisha

ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ଯାଜପୁର: ଯାଜପୁର ଜିଲ୍ଲାର ରସଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁକୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁଇପର ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ସୁଇପର ଜଣକ ଅଳିଆ ସଫା କରୁଥିବା ସମୟରେ ଅଳିଆ କୁଣ୍ଡରେ ଶିଶୁକନ୍ୟାଟି ପଡ଼ିଥିବାର ଦେଖି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଜଣାଇଥିଲେ। ଡାକ୍ତର ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମେଡ଼ିକାଲକୁ ପଠାଇଛନ୍ତି। ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ମେଡ଼ିକାଲରେ ପହଞ୍ଚି ଡାକ୍ତରଙ୍କୁ ଶିଶୁର ଅବସ୍ଥା ପଚାରି ବୁଝିଛନ୍ତି। ଏହାସହ ଶିଶୁ ମଙ୍ଗଳ ଅଧିକାରୀ ସଦସ୍ୟ ସୁବାସ ଚନ୍ଦ୍ର ଦେବତା ଖବର ପାଇ ମେଡ଼ିକାଲରେ ପହଞ୍ଚି ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରିଛନ୍ତି।

Comments are closed.