Odisha Link
Bridging the Missing Links in Odisha

‘ସତ୍ୟମେବ ଜୟତେ-୨’ରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବଇ : ମିଳାପ ଜାଭେରୀଙ୍କ ନିର୍ଦ୍ଦେଶିତ ସିନେମା ‘ସତ୍ୟମେବ ଜୟତେ’ର ଦ୍ବିତୀୟ ଭାଗ ହେବାକୁ ଯାଉଛି । ୨୦୧୮ରେ ‘ସତ୍ୟମେବ ଜୟତେ’ ସିନେମାଟି ରିଲିଜ ହୋଇଥିଲା । ଅଭିନେତା ଜନ୍‍ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମଙ୍ଗଳବାର ସିନେମା ‘ସତ୍ୟମେବ ଜୟତେ-୨’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି ।ଏହି ପୋଷ୍ଟରରେ ଜନ୍‍ ଖାକି ପୋଷାକ ଚିରି ଛାତିରେ ତ୍ରିରଙ୍ଗା ଦେଖାଇଛନ୍ତି। ପୋଷ୍ଟରରେ ଲେଖାଅଛି, ‘ତନ, ମନ, ଧନ ଠାରୁ ଅଧିକ ଜନ, ଗଣ, ମନ’। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଏହି ସିନେମାରେ ଆସୁଛନ୍ତି । ସିନେମାରେ ଜନ୍‍ ଓ ଦିବ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।


ପୂର୍ବ ସିନେମା ବକ୍ସ ଅଫିସରେ ଅଦମ୍ୟ ସଫଳତା ହାସଲ କରିଥିଲା ।ପ୍ରଥମ ଭାଗ ଅପେକ୍ଷା ଦର୍ଶକଙ୍କୁ ‘ସତ୍ୟମେବ ଜୟତେ-୨’ ଅଧିକ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ବାନ୍ଧିଛନ୍ତି ।ସିନେମାଟି ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖରେ ରିଲିଜ ହେବ ।

Comments are closed.