Odisha Link
Bridging the Missing Links in Odisha

ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ ଓଡ଼ିଶାର କଳା-ସଂସ୍କୃତି

ଭୁବନେଶ୍ବର: ଏଣିକି ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମଳିବି ଓଡ଼ିଶାର କଳା ଓ ସଂସ୍କୃତି। ରାଜଧାନୀ ଏକ୍ସପ୍ରେସ୍‌ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାଏ। ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି। ଏହି ଡିଜାଇନକୁ ଦେଖିଲେ ଜଣାପଡୁଛି ଯେ ରାଜଧାନୀ ଏକ୍ସପ୍ରେସର ବାହାର କାନ୍ଥରେ ଓଡ଼ିଶାର ପରିବେଶ, ପଶୁପକ୍ଷୀ, ବେଳାଭୂମି, ଅଲିଭ ରିଡଲେ କଇଁଛ, ପଟ୍ଟଚିତ୍ର, ପର୍ଯ୍ୟଟନ ସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟ ଓଡ଼ିଶା ପ୍ରସିଦ୍ଧ ମନ୍ଦିର ଆଦିର ଚିତ୍ର ରହିଛି ।

ରାଜଧାନୀ ଏକ୍ସପ୍ରେସକୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଶା କରାଯାଉଛି ଯେ ଅକ୍ଟୋବର୍ ମାସ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ। ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ନୁଆଦିଲ୍ଲୀ ଷ୍ଟେସନ୍ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି।

Comments are closed.