Odisha Link
Bridging the Missing Links in Odisha

ସରକାରୀ ରାସ୍ତାରେ ଉଠାଦୋକାନୀଙ୍କ ଦୌରାତ୍ମ୍ୟ

ଭୁବନେଶ୍ବର: ରାଜଧାନୀର ୬ ନମ୍ବର ପୂର୍ତ୍ତ ବିଭାଗ ସଡ଼କରେ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କ୍ବାଟର ରେ ରହୁଥିବା ଅନ୍ତେବାସୀମାନଙ୍କର ଜୀବନ ଦୁର୍ବିସହ ହେବାକୁ ଲାଗିଲାଣି। ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହେଲାଣି। ସରକାରୀ ଗାଡି, ଆମ୍ବୁଲାନ୍ସ ଗଳି ରେ ପଶି ପାରୁନି। ଏପରିକି ସନ୍ଧ୍ୟା ସମୟରେ ମାତ୍ରାଧିକ ଗହଳି ଯୋଗୁଁ କ୍ୱାଟରରୁ ବାହାରି ହେଉନି। ବିଏମସି ନିକଟରେ ଗୋଟେ ଦୋକାନରୁ ଅଧା ଭାଙ୍ଗି ଅଳିଆ ନଉଠେଇ ମଞ୍ଜି ପୋତି ଦେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କ୍ବାଟରରେ ରହିଥିବା ବରିଷ୍ଠ ନାଗରିକ ମାନଙ୍କ କହିବା କଥା ହେଲା ଯେ ଏଭଳି ପରିସ୍ଥିତିରେ ସରକାର କ୍ବାଟର ଗୁଡିକୁ ଦୋକାନୀ ମାନଙ୍କ ନାଁ ରେ କରି ଦେଇ ତାଙ୍କୁ ଭଲରେ ଦୋକାନ ଖୋଲିବାକୁ ସୁଯୋଗ ଦିଅନ୍ତୁ ଆଉ ଆମ୍ଭମାନଙ୍କୁ ଅନ୍ୟତ୍ର କ୍ୱାଟର ଦେଇ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଗହଳି ସାଙ୍ଗକୁ ବେଳେବେଳେ କ୍ବାଟରରୁ ଚୋରି ହେବା, ଘର ଆଗରେ ରାତିରେ ପରିସ୍ରା କରିବା, ଗଣ୍ଡଗୋଳ କରି ଶାନ୍ତି ବ୍ୟାହତ କରିବା ଗୋଟେ ନିତିଦିନିଆ ଘଟଣା ହେଇ ଗଲାଣି।


ସରକାରଙ୍କୁ ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ଏଯାଏ। ଶୁଣିବାକୁ ମିଳେ ଯେ ଉଚ୍ଛେଦ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବା ପାଇଁ ତିନି ଲକ୍ଷ ଟଙ୍କା ଆଦାୟ କରି ଦୋକାନୀ ମାନେ ଲାଞ୍ଚ ଦେଇଛନ୍ତି। ଏହା ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ।
ମାନ୍ୟବର ମୁଖ୍ୟମନ୍ତ୍ରୀ ୫ଟି ରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ବେଳେ ନାକ ତଳ ଅନ୍ଧାର ଭଳି ଏଭଳି କାରନାମା କେବେ ଦୂର ହେବ, ତାହା ଦେଖିବାକୁ ବାକି ରହିଲା। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ଏକ ନମ୍ବର। କିନ୍ତୁ କାର୍ଯ୍ୟରେ ଓଲଟା।  ସରକାର ତୁରନ୍ତ ଏସବୁକୁ ବିଚାର କରି ସରକାରୀ ନାଳ, ଜାଗା ଆଉ ସରକାରୀ କ୍ବାଟର ଅବରୋଧକାରୀଙ୍କୁ ତୁରନ୍ତ ହଟାଇ ଭୁବନେଶ୍ୱରକୁ ସରସ ସୁନ୍ଦର କରି କ୍ବାଟରରେ ରହୁଥିବା ଅଧିକାରୀ ଓ ଅନ୍ତେବାସୀଙ୍କ ଶାନ୍ତି ଫେରେଇ ଦିଅନ୍ତୁ। ନତୁବା ଆଗକୁ ଏହା କି ରୂପ ନେବ, ସେକଥା କହିବା ମୁସ୍କିଲ।

Comments are closed.