Odisha Link
Bridging the Missing Links in Odisha

ଧରା ପୃଷ୍ଠରେ ମା’

ଭୁବନେଶ୍ବର : ନଈପଠାରେ ଧାଡ଼ି ଧାଡ଼ି ଶୁଭ୍ର କାଶତଣ୍ଡୀ ଫୁଲ ମା’ଙ୍କ ଆଗମନ ଜଣାଇ ଦେଇଥାଏ । ହିନ୍ଦୁ ଶାସ୍ତ୍ରାନୁସାରେ ମା’ଦୁର୍ଗା ସର୍ବଶକ୍ତିର ଅନନ୍ତ ଉତ୍ସ । ଦୁର୍ଗମ ନାମକ ମହିସୁରକୁ ବଧ କରିଥିଲେ ବୋଲି ତାଙ୍କ ନାମ ଦୁର୍ଗା ହୋଇଥିଲା । ମା’ଙ୍କର ଆଗମନ ପାଇଁ ସଜେଇ ହୋଇଛି ପୁରପଲ୍ଲୀ । ଷଷ୍ଠୀଠାରୁ ହିଁ ଆରମ୍ଭ ହୋଇଯାଏ ମା’ଙ୍କର ଆରଧାନା । କେବଳ ପୂଜାମଣ୍ଡପରେ ନୁହେଁ ଘରେ ଘରେ ମଧ୍ୟ ମା’ଙ୍କୁ ଅର୍ଚ୍ଚନା କରନ୍ତି । ଚାନ୍ଦି ଓ ସୁନା ମେଢରେ ଝଲସିଉଠିଛି ମା’ଙ୍କର ମୁଣ୍ମୟୀ ମୂର୍ତ୍ତୀ ।
ପୂଜାମଣ୍ଡପ ସହ ବିଭିନ୍ନ ଦେବୀ ପୀଠରେ ବି ମା’ଙ୍କର ଚାଲିଛି ପୂଜା । ଯାଜପୁରର ମା’ବିରଜା, ଝଙ୍କଡର ମା’ ଶାରଳା, କାକଟପୁରର ମା’ ମଙ୍ଗଳା, ବାଙ୍କୀର ମା’ ଚର୍ଚ୍ଚକା, ବାଣପୁରର ଭଗବତୀ, ପୁରୀର ମା’ ବିମଳା, ଘଟଗାଁର ମା’ ତାରିଣୀ ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠରେ ବି ଚାଲିଛି ପୂଜା। ଆଜି ମହାସପ୍ତମୀ ମା’ ଜଗତଜନନୀଙ୍କର ପୂଜା ମଣ୍ଡପରେ ଚାଲିଛି ଆରାଧନା । ସମଗ୍ର ରାଜଧାନୀରେ ୧୭୧ରେ ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।


ବଙ୍ଗଳା କାରିଗରୀର ଚମକରେ ଚମକୁଛି ତୋରଣ । କିଛି ପ୍ରମୁଖ ପୂଜା ମଣ୍ଡପରେ ସ୍ୱତନ୍ତ୍ର ଥିମ୍ କୁ ନେଇ ତୋରଣ ପ୍ରସ୍ତୁତ କରାଯାଇଛି । ୬୪ ବର୍ଷରେ ପଦାର୍ପଣ କରିଥିବା ଷ୍ଟେସନ୍ ବଜାର ତୋରଣରେ ‘ଅଜନ୍ତା-ଏଲୋରା’ ଭେଟି ଦେଖିବାକୁ ମିଳିଛି ଓ ଏହି ତୋରଣ ପାଇଁ ମାତ୍ର ୨୧ଲକ୍ଷ ଟଙ୍କା ଖର୍ଚ ହୋଇଛି । ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ପ୍ୟାରିସ୍ ସହରର ‘ଡିଜନି ଲ୍ୟାଣ୍ଡ ପାର୍କ ‘ଆକର୍ଷଣ ସାଜିବ। ବରମୁଣ୍ଡା ୧୫ଲକ୍ଷ ଟଙ୍କା ରେ ନିର୍ମିତ ଗୁଜୁରାଟ ଅକ୍ଷରଧାମ ଦେଖିବାକୁ ମିଳିବ। ରସୁଲଗଡରେ ପାଖାପାଖି ୧୫ଲକ୍ଷ ଟଙ୍କା ବ୍ୟୟରେ କାଳ୍ପନିକ ତୋରଣ ଦେଖିବାକୁ ମିଳିବ।ସହିଦନଗରରେ ଉତ୍ତରପ୍ରଦେଶର ଲକ୍ଷ୍ନୈା ରାଜପ୍ରସାଦର ଅନୁଭବ ମିଳିବ। ଏଥିପାଇଁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୧୮ଲକ୍ଷ ଟଙ୍କା ବ୍ୟୟରେ ବମିଖାଲ ଦୁର୍ଗାପୂଜା ସମିତି ଜମ୍ମୁ କଶ୍ମୀର ପ୍ୟାଲେସ୍ ଭେଟି ଦେଇଛନ୍ତି । ନୂଆପଲ୍ଲୀ ଦୁର୍ଗା ପୂଜା ସମିତି ପକ୍ଷରୁ ଗୁଜୁରାଟର ‘ପଦ୍ମାବତୀ ପ୍ୟାଲେସ୍’ ତୋରଣ ଦେଖିବାକୁ ମିଳିଛି ।

Comments are closed.