Odisha Link
Bridging the Missing Links in Odisha

ବାଜି ମାରି ନେଲେ ପ୍ରୀତି

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ଶେଷ ହୋଇଯାଇଛି। ଏହି ଶୋ’ରେ ଚାରି ଜଣ କ୍ୟାପ୍‌ଟେନ୍‌ ରହିଥିଲେ। କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ କରି ଦିଆଯାଇଥିଲା। ପ୍ରତିଯୋଗୀମାନେ କିପରି ଭଲ ଭାବେ ଗୀତ ଅଭ୍ୟାସ କରିବେ ଓ ଷ୍ଟେଜ୍‌ରେ ଭଲ ଭାବେ ଗାଇବେ- ସେ ଦାୟିତ୍ୱ ଏହି କ୍ୟାପ୍‌ଟେନ୍‌ମାନଙ୍କ ଉପରେ ନ୍ୟସ୍ତ ଥିଲା। ନିତିନ କୁମାର, ସଲମାନ୍‌ ଅଲି, ଜ୍ୟୋତିକା ତଙ୍ଗରୀ ଓ ସଚିନ କୁମାର ବାଲ୍ମୀକି ଶୋ’ରେ କ୍ୟାପ୍‌ଟେନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେହିପରି ଶୋ’ରେ ହିମେଶ ରେଶମିଆ, ଅଲ୍‌କା ୟାଗ୍‌ନିକ୍ ଓ ଜାଭେଦ ଅଲି ଜଜ୍‌ ହୋଇଥିଲେ।


ଶୋ’ର ଗ୍ରାଣ୍ଡ୍‌ ଫିନାଲେ ପର୍ଯ୍ୟାୟକୁ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲା । ପ୍ରୀତିଙ୍କ ସହିତ ଏଥିରେ ମୌଲୀ, ସ୍ନେହା ଶଙ୍କର, ହର୍ଷିତ୍‌ ନାଥ, ଅଙ୍କୋନା ମୁଖାର୍ଜୀ ଓ ନିଷ୍ଠା ଶର୍ମା ଥିଲେ। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ତାଙ୍କୁ ପୁରସ୍କାର ଭାବରେ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ସୋନି ଟିଭିରେ ଆଉ ଏକ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌ ସିଜନ୍‌ ୧୧’ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ରେ ଜଜ୍‌ ସିଟ୍‌ରେ ଅନୁ ମଲିକ, ବିଶାଲ୍ ଦଦଲାନି ଓ ନେହା କକ୍କର ଭାବରେ ନଜର ଆସିବେ ।