Odisha Link
Bridging the Missing Links in Odisha

ଜବତ ହେଲା ଲକ୍ଷାଧିକ ଟଙ୍କାର ବିସ୍ଫୋରଣ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ଲେଖନପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବିସ୍ଫୋରଣ ଜବତ ହୋଇଛି। ବେଆଇନ ବିସ୍ଫୋରଣ କାରବାର ଅଭିଯୋଗରେ ପୁଲିସ ସେହି ଗ୍ରାମର ଗୌରାଙ୍ଗ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ପ୍ରାୟ ଦୁଇ ବର୍ଷ ହେବ ଗୌରାଙ୍ଗ ଆନ୍ଧ୍ରପ୍ରଦେଶର ଶିବକାଷି ଅଞ୍ଚଳରୁ ବିସ୍ଫୋରଣ ଆଣି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗତ ଗୁରୁବାର ରାତିରେ ପୁଲିସ ଚଢାଉ କରି ବିସ୍ଫୋରଣ ଜବତ କରିଥିଲା।

Comments are closed.