Odisha Link
Bridging the Missing Links in Odisha

ପୁଣି ହସ୍ପିଟାଲ ବାରଣ୍ଡାରେ ପ୍ରସବ!

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରାଣ୍ଡାରେ ପ୍ରସବ କଲେ ମହିଳା। ଡାକ୍ତର କଟକ ରେଫର କରିବା ପରେ ବାରଣ୍ଡାରେ ପ୍ରସବ କଲେ ମହିଳା। ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କରିବା ପରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ ଆଜି ତିହିଡି ବ୍ଲକ ତଳଡୁମୁକା ଗାଁର ଆଡମିଶାନ ହୋଇଥିଲେ ପ୍ରସୂତି ମହିଳା ଜଣଙ୍କ ସେଠାରେ ତାଙ୍କର ଅବସ୍ଥା ଗୁରୁତର କହି ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରିଦେଇଥିଲେ। ଗର୍ଭ ଯନ୍ତ୍ରଣା ହୋଉଥିବା ବେଳେ ପ୍ରସୂତି ଓ୍ବାର୍ଡରୁ ବାହାରକୁ ଆସିଥିଲେ। ବାହାରକୁ ଆସିବା କ୍ଷଣି ବାରଣ୍ଡାରେ ଯମଜ କନ୍ୟା ପ୍ରସବ କରିଥିଲେ। ତେବେ ପ୍ରସବ ବେଳେ କେହି ଡାକ୍ତର, ନର୍ସ ଆସିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ମହିଳାଙ୍କ ସହଯୋଗରେ ପ୍ରସବ କରାଇଥିଲେ ପ୍ରସୂତିଙ୍କ ଶାଶୁ। ଗଣମାଧ୍ୟାମ ପହଞ୍ଚିବା ପରେ ମହିଳାଙ୍କୁ ଓ୍ବାର୍ଡକୁ ନିଆଯାଇଥିବା ସୂଚନା ମିଳିଛି।
ସେପଟେ ଆଜି ୫ ଟି ସଚିବ ଭି.କେ ପାଣ୍ଡିଆନଙ୍କ ମେଡିକାଲ ଗସ୍ତ କାର୍ଯ୍ୟକ୍ରମ ରହିଛି। ସଚିବ ପାଇଁ ବ୍ୟସ୍ତ କର୍ତ୍ତୃପକ୍ଷ ପ୍ରସୂତିଙ୍କୁ ରେଫର କରି ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏ ସଂପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.