Odisha Link
Bridging the Missing Links in Odisha

ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତିରେ ନୋବେଲ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କୁ ମିଳିଲା ଅର୍ଥନୀତିରେ ନେବେଲ୍‌ ପୁରସ୍କାର ମିଳିଛି। ତାଙ୍କ ସହ ଅସ୍ଥର ଡୁଫଲ ଓ ମାଇକେଲ୍‌ କ୍ରେମରଙ୍କୁ ବି ମିଳିତି ଭାବେ ଏହି ପୁରସ୍କାର ମିଳିଛି। ଏହି ତିନିଜଣ ଅର୍ଥଶାସ୍ତ୍ରୀଙ୍କୁ ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବା ପାଇଁ କରିଥିବା ଗେବଷଣା ଯୋଗୁଁ ନୋବେଲ୍‌ ପୁରସ୍କାର ମିଳିଛି।
ଅଭିଜିତ୍‌ ବାନାର୍ଜୀଙ୍କର ଜନ୍ମ ଭାରତରେ। ମାତ୍ର ଏବେ ଅଭିଜିତ୍‌ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଅଭିଜିତ୍‌ଙ୍କ ସହ ଅର୍ଥନୀତିରେ ନୋବେଲ୍‌ ପାଇଁ ମନୋନୀତ ହୋଇଥିବା ଏସ୍ଥର ଡୁଫେଲ୍‌, ଅଭିଜିତ୍‌ଙ୍କର ପତ୍ନୀ। ଅଭିଜିତ୍‌ ବାନାର୍ଜୀ ଦିଲ୍ଲୀ ସ୍ଥିତ ଜବାହାରଲାଲ୍‌ ନେହରୁ ବିଶ୍ୱ ବିଦ୍ୟାଳୟରେ ପାଠ ପଢିଛନ୍ତି।

Comments are closed.