Odisha Link
Bridging the Missing Links in Odisha

ସିଡିଏମଓଙ୍କ ପାଇଁ ବାହାରିଲେ ବିଧାୟିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଡିଏମଓ ପଙ୍କଜ ପଟେଲ ସସପେଣ୍ଡ ହେବା ଘଟଣାର ନୂଆ ମୋଡ। ସିଡିଏମଓଙ୍କ ସପକ୍ଷରେ ବାହାରିଲେ ବିଧାୟୀକା କୁସୁମ ଟେଟେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେଇଛନ୍ତି ବିଧାୟିକା ଟେଟେ। ବିଧାୟିକାଙ୍କ କହିବା ଅନୁଯାୟୀ ସେ ଜଣେ ଭଲ ଡାକ୍ତର, ନିଲମ୍ବନ ପ୍ରତ୍ୟାହାର କରିବାକୁ ସେ ମୁଖ୍ୟ ମନ୍ତ୍ରଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁସାରେ ୫ ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ତା’ସହିତ ସମୀକ୍ଷା ବୈଠକ କରିଥିଲେ। ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଇବାକୁ ନେଇ ୫ ଟି ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି କିଛି ରକ୍ତ ପରୀକ୍ଷା ବାହାରେ କରିବାକୁ ରୋଗୀମାନଙ୍କୁ କୁହାଯାଉଥିବାରୁ ସେ ବିରକ୍ତ ହୋଇଥିଲେ। ଆଉ ଏହାର କିଛି ସମୟ ପରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍‌ଧ ଡାକ୍ତର ପଙ୍କଜ ପଟେଲଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

Comments are closed.