Odisha Link
Bridging the Missing Links in Odisha

ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା

ଭୁବନେଶ୍ୱର: ଆଗକୁ ଦୀପାବଳୀ ଥିବାରୁ ଯାତ୍ରୀଙ୍କ ନିରାପତ୍ତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦ୍ୱାରା ଟ୍ରେନ୍‌ କୌଣସି ଯାତ୍ରୀ ସାଙ୍ଗରେ ବାଣ ନେଇ ପାରିବେ ନାହିଁ। ଏଥିସହିତ ଦହନଶୀଳ ପଦାର୍ଥ ପରିବହନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ପୂର୍ବତଟ ରେଳପଥ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ ଯାତ୍ରୀବାହୀ ଟ୍ରେନ୍‌ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍‌ ସିଲିଣ୍ଡର ଏସିଡ୍‌, ପେଟ୍ରୋଲ, କିରାସିନି ଆଦି ଦହନଶୀଳ ପଦାର୍ଥ ବିସ୍ଫୋରକ ପରିବହନ ରେଳ ଆଇନ ୧୯୮୯ ଆଧାରରେ ଦଣ୍ଡନୀୟ ଅପରାଧ। ଏଥିପାଇଁ ଅପରାଧୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ଏନେଇ ଯାତ୍ରୀମାନେ ସଚେତନ ହେବା ସହ ନିଜ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ବିସ୍ଫୋରକ ପଦାର୍ଥ ଯାତ୍ରୀବାହୀ ଟ୍ରେନ୍‌ରେ ପରିବହନ ନ କରିବାକୁ ନିବେଦନ କରାଯାଇଛି।
ଯଦି ଏଭଳି କେଣସି ପଦାର୍ଥ ପରିବହନ ହେଉଥିବା ନେଇ ଯାତ୍ରୀମାନେ ଦେଖିବାକୁ ପାଆନ୍ତି, ତେବେ ତୁରନ୍ତ ଟିଟିଇ, କୋଚ୍‌ ଆଟେଣ୍ଡାଣ୍ଟ, ଟ୍ରେନର ଗାର୍ଡ, ଷ୍ଟେସନ ମ୍ୟାନେଜର, ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସ ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଯାତ୍ରୀମାନେ ହେଲ୍‌ପ ଲାଇନ୍‌ ନମ୍ବର ‘୧୮୨’କୁ କଲ୍‌ କରି ଟ୍ରେନ୍‌ରେ ବାଣ ପରିବହନ ସମ୍ପର୍କିତ ସୂଚନା ଦେଇପାରିବେ।

Comments are closed.